କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ସୁରକ୍ଷା ଓ ସମ୍ମାନର ପ୍ରତିଶ୍ରୁତି

1 min read

ଭୁବନେଶ୍ୱର : କରୋନା ବିରୋଧରେ ଯୁଦ୍ଧ ଭିତରେ ମୁଖ୍ୟମନ୍ତ୍ରୀ ବଡ ଧରଣର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି କରୋନା ବିରୋଧୀ ଲଢେଇରେ ଫ୍ରଣ୍ଟଲାଇନରେ ଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ଦେଷ୍ୟରେ ଭିଡିଓ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣକୁ ଦେଶଦ୍ରୋହ ଭାବେ ଗଣନା କରାଯିବ । ଏହାସହ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସେ ୫୦ ଲକ୍ଷ ଟଙ୍କାର ବୀମା କଥା ମଧ୍ୟ କହିଛନ୍ତି । ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କାଳରେ ସ୍ୱାସ୍ଥ୍ୟକର୍ମୀ,ଡାକ୍ତରଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ପୁର୍ଣ୍ଣ ଦରମା ଓ ପେନସନ୍ ମିଳିବ ବୋଲି ସେ ଘୋଷଣା କରିଛନ୍ତି । ସେହିଭଳି ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ।

ଜାତୀୟ ଦିବସରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ମାନରେ ପୁରସ୍କାର ଘୋଷଣା କରାଯିବ ବୋଲି ସେ କହିଛନ୍ତି । । ଆମେ ସମସ୍ତେ ଏକ ଜାତି ହିସାବରେ ଡାକ୍ତର  ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାର ପ୍ରଦତ ସେବା ପାଇଁ ସେମାନଙ୍କ ପ୍ରତି କୃତଜ୍ଞ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

2 ମିନିଟ୍ ୪୭ ସେକେଣ୍ଡର  ଭିଡିଓରେ ମୁଖ୍ୟମନ୍ତ୍ରୀ  କଣ କହିଛନ୍ତି  ଜାଣନ୍ତୁ

ସମଗ୍ର ମାନବ ଜାତି କରୋନା ଭାଇରସ ବିରୋଧରେ ଯୁଦ୍ଧ ଲଢୁଛି । ମାତ୍ର ତିନି ମାସ ଭିତରେ ବିଶ୍ୱ ୨ ଲକ୍ଷରୁ ଅଧିକ ଜୀବନ ହରାଇଲାଣି ।  ଏଭଳି କୌଣସି ମହାଦେଶ ନାହିଁ ଯେଉଁଠି କରୋନା ଭାଇରସ ଆକ୍ରମଣ ହୋଇନାହିଁ । ଅଧିକାଂଶ ଦେଶ ଏକ ଅଦୃଷ୍ୟ ଶତ୍ରୁ ସହ ଯୁଦ୍ଧ ଲଢୁଛନ୍ତି ।

ଏହି ଯୁଦ୍ଧକୁ ଫ୍ରଣ୍ଟଲାଇନରେ ଆମ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମୀ ମାନେ ଅନ୍ୟ ସହଯୋଗୀଙ୍କ ସହଯୋଗରେ ଲଢୁଛନ୍ତି ।

ଆମ ପାଇଁ  ଯେଉଁମାନେ କୋଭିଡ୍ ଯୁଦ୍ଧ  ଲଢୁଛନ୍ତି ସେମାନେ କୌଣସି ଉପଚାର କିମ୍ବା ଭାକସିନ ଅଭାବରେ ନିଜ ଜୀବନକୁ ବାଜି ଲଗାଉଛନ୍ତି ।  ଦେଶ ପାଇଁ ଯୁଦ୍ଧ ଲଢୁଥିବା ବୀରଙ୍କୁ ସେମାନଙ୍କ ଚରମ ବଳିଦାନ ପାଇଁ ସମ୍ମାନ ଜଣାଇବାର ପରମ୍ପରା ଆମର ରହିଛି । କରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ରାଜ୍ୟ ସରକାର କିଛି ପଦକ୍ଷେପ ନେବାକୁ ଯାଉଛନ୍ତି ।

https://www.facebook.com/nandighoshatv/videos/225654171833818/

ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସମସ୍ତ ବ୍ୟକ୍ତି (ଘରୋଇ କିମ୍ବା ସରକାରୀ)  କୋଭିଡ୍-୧୯ଯୁଦ୍ଧରେ ଜୀବନ ହରାଇଲେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ରାଜ୍ୟ ସେମାନଙ୍କୁ ସହିଦର ମାନ୍ୟତା ଦେବା ସହ ରାଷ୍ଟ୍ରୀୟ ସମ୍ମାନର ସହ ସେମାନଙ୍କ ଶେଷକୃତ୍ୟ କରାଯିବ ।

ସେମାନଙ୍କ ବଳିଦାନକୁ ସ୍ୱୀକୃତି ଦେବାକୁ ଯାଇ ରାଜ୍ୟ ସରକାର ପୁରସ୍କାର ପ୍ରଦାନ କରିବେ । ଜାତୀୟ ଦିବସରେ ଏହି ସମ୍ମାନ ପ୍ରଦାନ କରାଯିବ ।

ସରକାରୀ କର୍ମଚାରୀଙ୍କ(ସ୍ୱାସ୍ଥ୍ୟ ଓ ଅନ୍ୟ)  ପରିବାର ଅବସର ନେବା ପର୍ଯ୍ୟନ୍ତ ପୁରା ଦରମା ପାଇବେ ।

ମୁଁ ସମସ୍ତଙ୍କୁ ଆମ ଡାକ୍ତର , ସ୍ୱାସ୍ଥକର୍ମୀ ଓ ଅନ୍ୟ ସହଯୋଗୀ ସେବାପ୍ରଦାନକାରୀଙ୍କୁ ସମ୍ମାନ କରିବା ପାଇଁ ନିବେଦନ କରୁଛି ।  ମନେରଖନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟ ଦେଶ ବିରୋଧୀ କାର୍ଯ୍ୟ ।

ଯଦି କେହି କେବେ ସେମାନଙ୍କ ବିରୋଧରେ ଏଭଳି କାମରେ ଲିପ୍ତ ରୁହନ୍ତି ଯାହା ସେମାନଙ୍କୁ ଅସମ୍ମାନିତ କରିବ,ତେବେ ସେମାନଙ୍କ ବିରୋଧରେ  ଜାତୀୟ ସୁରକ୍ଷା ଆଇନ ଅନ୍ତର୍ଗତରେ ଅପରାଧିକ ମାମଲା ଦାଏର ହେବ ।

ଓଡ଼ିଶାର ୪ କୋଟି ୫୦ ଲକ୍ଷ ଲୋକ ଓ ରାଜ୍ୟ ଆମ କୋଭିଡ୍ ଯୋଦ୍ଧାଙ୍କ ପଛରେ ଦୃଢତାର ସହ ଦଣ୍ଡାୟମାନ ଅଛନ୍ତି ।

ଜୟ ହିନ୍ଦ

Leave a Reply