ସିଏମ୍‌ଙ୍କ ଝିଅ ଆଣିଲେ ସାଙ୍ଘାତିକ ଅଭିଯୋଗ, କହିଲେ ଆମେ ଚୁପ୍‌ ଅଛୁ ବୋଲି ପଦ ଅଛି

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଝିଅ ଆଣିଲେ ସାଙ୍ଘାତିକ ଅଭିଯୋଗ  । ଏକ ଭିଡିଓ ଜାରି କରି ନିଜ ବାପାଙ୍କ ବିରୁଦ୍ଧରେ କଲେ ସଙ୍ଗୀନ ଅଭିଯୋଗ  । ସିଏମ ମାନ୍‌ଙ୍କ ଝିଅ ସିରତ କୌର ବାପାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ ଆପ୍‌ ନେତା ତାଙ୍କ ମା ତଥା ପୂର୍ବତନ ପତ୍ନୀଙ୍କୁ ଶାରୀରି୍କ ଓ ମାନସିକ ନିର୍ଯାତନା ଦେଉଥିଲେ  । ତାଙ୍କୁ ଓ ତାଙ୍କ ଭାଇକୁ ଉପେକ୍ଷା କରିବା ସହ ଅଧରାତିରେ ସିଏମ ଆବାସରୁ ବାହାର କରିଦେଇଥିଲେ  ।

ଆଜି ଯାଏଁ ଆମେ ଚୁପ ରହିଲୁ  । ଏଯାଏଁ ତାଙ୍କ ଛୁଆକୁ ବି କିଛି କହିନୁ  । କିନ୍ତୁ ଏବେ ଲାଗୁଛି ଯେ ଆମର ମୌନକୁ ଆମର ଦୁର୍ବଳତା ସେ ଭାବିଛନ୍ତି  । ଆମେ ଚୁପ୍‌ ଅଛୁ ବୋଲି ସେ ମୁଖ୍ୟମନ୍ତ୍ରୀ ପଦରେ ଏବେଯାଏଁ ତିଷ୍ଠିଛନ୍ତି ବୋଲି କହିଛନ୍ତି ଝିଅ ସିରତ  ।

ଏକ ସାକ୍ଷାତକାରରେ ସେ କହିଛନ୍ତି କୌଣସି କାରଣରୁ ଆମକୁ ବାପାଙ୍କୁ ଭେଟିବାକୁ ଥିଲା  । କିନ୍ତୁ ବାହାନା ବନାଇ ତାଙ୍କୁ ପରେ ଆସିବାକପୁ କୁହାଯାଇଥିଲା  । ଯିଏ ନିଜ ପିଲାମାନଙ୍କର ଦାୟିତ୍ବ ନେଇ ନ ପାରିବେ ସେ ପଞ୍ଜାବର ଦାୟିତ୍ବ କେମିତି ନେବେ ବୋଲି ପ୍ରଶ୍ନ କରିଛନ୍ତି ଝିଅ  ।

ସେହିପରି ଭଗବନ୍ତ ମାନଙ୍କ ଝିଅ ଆହୁରି ମଧ୍ୟ କହିଛନ୍ତି ଯେ ପଞ୍ଜାବ ସିଏମ ମଦ୍ୟପାନ କରି ଗୁରୁଦ୍ବାର ଯିବା ସହ ବିଧାନସଭା ବି ଯାଆନ୍ତି  । ଏହା ସହ ତାଙ୍କ ଭାଇ ଦୁଇ ଦୁଇ ଥର ମାନ୍‌ଙ୍କୁ ଭେଟିବା ପାଇଁ ଯାଇଥିଲେ ବି ସିଏମ ଆବାସରୁ ତାଙ୍କୁ ଭାଇଙ୍କୁ ଫେରାଇ ଦିଆଯାଇଥିଲା  ।