spot_img

Latest Posts

ହିଞ୍ଜିଳିକାଟୁରେ ସିଭିଲ୍ ଜଜ୍ କୋର୍ଟର ନୂତନ କୋଠା ଉଦ୍‌ଘାଟିତ: ‘ସମସ୍ତ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ’

ଭୁବନେଶ୍ୱର: ସମସ୍ତ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ନେଇ ଯେଉଁ ସାମ୍ୱିଧାନିକ ଉଦ୍ଦେଶ୍ୟ ରହିଛି, ତାହା ପୂରା  କରିବା ନେଇ ଆମ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁସ୍ଥିତ ନୂଆ ସିଭିଲ ଜଜ୍‌ ଜୁନିଅର, ଡିଭିଜନ୍ କମ୍‌ ଜେଏମ୍‌ଏଫ୍‌ସି କୋର୍ଟର ନୂଆ କୋଠା ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ।

 ଏହି ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରାଫିକ୍ ମିଳିତଭାବେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ ।  ନୂଆ କୋର୍ଟର କୋଠା ଉଦଘାଟନ ଅବସରରେ ଏ ନେଇ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ନ୍ୟାୟ ଅଧିକାର ଏକ ମୌଳିକ ଅଧିକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଆମ ସରକାର ନ୍ୟାୟ ପ୍ରଦାନ ନେଇ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ସେ ଆହୁରୀ କହିଛନ୍ତି ଯେ, ଆମ ସରକାର ନିକଟ ଅତୀତରେ  ୪ଟି ନୂଆ  କୋର୍ଟ  ସ୍ଥାପନ କରିଛନ୍ତି । ବ୍ୟବସାୟିକ ବିବାଦ ତୁଟାଇବା ଲାଗି ଏହି କୋର୍ଟଗୁଡ଼ିକର ପ୍ରତିଷ୍ଠା କରାଯାଇଛି । ଏଥିସହିତ ୪୫ଟି କୋର୍ଟ ମହିଳାଙ୍କ ବିରୋଧରେ ଘଟିଥିବା ମାମଲାର ଶୁଣାଣି ପ୍ରତିଷ୍ଠା କରାଯାଇଛି ।

          ରାଜ୍ୟର ନ୍ୟାୟପାଳିକା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ବିକାଶ ନେଇ ଆବଶ୍ୟକ ପର୍ଯ୍ୟାପ୍ତ ଅର୍ଥ ଯୋଗାଇଦେବା ନେଇ ସରକାର ହାଇକୋର୍ଟଙ୍କ ସହ ମିଳିତଭାବେ କାର୍ଯ୍ୟ କରୁଛନ୍ତି । ଏଥିସହିତ ଓକିଲମାନଙ୍କ ସ୍ୱାର୍ଥରକ୍ଷା ନେଇ ‘ଓଡ଼ିଶା ଓ୍ୱେଲଫେୟାର ଫଣ୍ଡ୍‌’କୁ ୩କୋଟିରୁ ୫ କୋଟିକୁ ବୃଦ୍ଧି କରାଯାଇଛି । ଓକିଲମାନଙ୍କୁ ଏହି ଆର୍ଥିକ ସହାୟତା ଯୋଗାଇଦେବା ନେଇ ରାଜ୍ୟ ସରକାର ‘ଓଡ଼ିଶା ଆଡଭୋକେଟ୍ ଓ୍ୱେଲଫେୟାର ଫଣ୍ଡ୍ ଆକ୍ଟ-୧୯୬୧’ ରେ ସଂଶୋଧନ କରିଛନ୍ତି । ଏହି ନୂଆ ଭିତ୍ତିଭୂମି ଲୋକଙ୍କ ଆଶା ପୂରା କରିବ ।

          ତେବେ ଏହି ନୂଆ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରାଫିକ୍ । ଏହି କୋଠା ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ଆକର୍ଷଣୀୟ  । ଏଠାରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଥିବା ସେ କହିଛନ୍ତି । ସେ ଆହୁରୀ କହିଛନ୍ତ ଯେ, ମହାମାରୀ ଯୋଗୁଁ ନ୍ୟାୟିକ ବ୍ୟବସ୍ଥାରେ ବାଧା ଉପୁଜିଥିଲେ ସୁଦ୍ଧା ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷ ଡିସେମ୍ୱର ୧୪ ସୁଦ୍ଧ ୪୦ ହଜାର ମାମଲାର ସମାଧାନ କରିଛନ୍ତି ।

          ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲାପାଳ, ଜଷ୍ଟିସ୍ ବିଶ୍ୱଜିତ ମହାନ୍ତି, ସାଂସଦ ପ୍ରମିଳା ବିଷୋୟୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ଆଇନ ବିଭାଗ ସଚିବ ଶଶୀକାନ୍ତ ମିଶ୍ର ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Latest Posts

Don't Miss