ହୀରାବେନଙ୍କ ଦେହାନ୍ତରେ ମର୍ମାହତ ମୁଖ୍ୟମନ୍ତ୍ରୀ, ମୋଦିଙ୍କ ପରିବାରକୁ ଜଣାଇଲେ ସମବେଦନା

ଭୁବନେଶ୍ବର: ହୀରାବେନଙ୍କ ଦେହାନ୍ତ ଖବରରେ ମର୍ମାହତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମବେଦନା ଜଣାଇଛନ୍ତି  ନବୀନ। ଏ ଦୁଃଖଦ ସମୟରେ ଭଗବାନଙ୍କ ନିକଟରେ ପରିବାରକୁ ଧୈର୍ଯ୍ୟ ଓ ସାହସ ଦେବାକୁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ଦେହାନ୍ତ ହୋଇଛି । ଶହେ ବର୍ଷ ବୟସରେ ଅହମ୍ମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସ୍ପିଟାଲରେ ହୀରାବେନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ମଙ୍ଗଳବାର ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।