ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ

1 min read

ଭୁବନେଶ୍ୱର: ଘରୋଇ ଟିଭି ଚ୍ୟାନେଲ ଓଟିଭିର ସାମ୍ୱାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ସାମ୍ୱାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅମର ଆତ୍ମାର ସଦଗତିି କାମନା କରିବା ସହ ସମସ୍ତ ଆହାତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ସାଂଗଠନିକ)  ପ୍ରଣବ ପ୍ରକାଶ ଦାସ ମଧ୍ୟ ଅରିନ୍ଦମଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ଘଟଣା ତାଙ୍କୁ ମର୍ମହାତ କରିଥିବା ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି ପ୍ରଣବ ପ୍ରକାଶ । ସାମ୍ୱାଦିକ ଜଗତରେ ସେ ସର୍ବଦା ପ୍ରେରଣା ହୋଇ ରହିବେ ବୋଲି ସେ କହିଛନ୍ତି । ଏଥିସହିତ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶ୍ରୀ ଦାସ ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ମଧ୍ୟ ଅରିନ୍ଦମଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଅରନ୍ଦମଙ୍କ ବିୟୋଗ ତାଙ୍କୁ ଗଭୀର ଭାବେ ମର୍ମାହାତ କରିଥିବା ସହ ଏହା ସାମ୍ୱାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି । ଏଥିସହିତ ଅନ୍ୟ ଆହାତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ହାତୀ ଉଦ୍ଧାର ପାଇଁ ଯାଇଥିବା ବୋଟ୍‌ରେ ସାମ୍ୱାଦିକ ଅରିନ୍ଦମ ଓ କ୍ୟାମେରା ମ୍ୟାନ୍ ଯାଇଥିଲେ । ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିଗଲା । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ।

ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିଲା । ଅରିନ୍ଦମଙ୍କ ଅକାଳ ମୃତ୍ୟୁ ହୋଇଛି । ଏବେବି ଓଡ୍ରାଫ୍ ଟିମର ଅନ୍ୟ ଜଣେ ସଦସ୍ୟ ନିଖୋଜ ଅଛନ୍ତି । ନିଖୋଜ ମୁର୍ମୁଙ୍କୁ ଓଡ୍ରାଫ୍ ସହ ଏନଡିଆରଏଫ୍ ଟିମ୍ ଖୋଜାଖୋଜି କରୁଛନ୍ତି ।

Leave a Reply