କରୋନା ଲଢ଼େଇରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟ ବାହାରୁ ଆସିଲେ ପଞ୍ଚାୟତରେ ପଞ୍ଜିକରଣ ବାଧ୍ୟତାମୂଳକ

1 min read

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ତେଣୁ ସଭିଏଁ ସଚେତନ ହେବା ନିହାତି ଆବଶ୍ୟକ । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବାଧ୍ୟତାମୂଳକ ପଞ୍ଜୀକରଣର ବହୁ ଭୂମିକା ରହିଛି । ଅନ୍ୟ ରାଜ୍ୟରେ ଫସିଥିବା ଓଡିଆଙ୍କ ଯତ୍ନ ନିଆଯାଉଛି । ଆମ ଲୋକ କିପରି ସୁବିଧାରେ ଫେରିବେ ସେ ନେଇ ବ୍ୟବସ୍ଥା ହେଉଛି । ଏଥିପାଇଁ ବୈଷୟିକ କୌଶଳର ସହାୟତା ନିଆଯିବ, ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ବାହାରୁ ଲୋକେ ଓଡ଼ିଶା ଫେରିଲେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ । ନିଜ ନିଜ ପଞ୍ଚାୟତରେ ଏମାନେ ପଞ୍ଜିକରଣ କରିବେ । ଏହା ପରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ । କ୍ବାରେଣ୍ଟାଇନ ସମୟ ସରିବା ପରେ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

https://www.facebook.com/nandighoshatv/videos/258302231968179

ବର୍ତ୍ତମାନ ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣଙ୍କ ସହଯୋଗ ପାଇଁ କରୋନା ନିୟନ୍ତ୍ରଣ ସଫଳ ହୋଇଛି ବୋଲି ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply