spot_img

Latest Posts

ଓଲିଉଡର ଅପୂରଣୀୟ କ୍ଷତି, ବିଜୟଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ୭୦ ବର୍ଷ ବୟସରେ ସମସ୍ତଙ୍କୁ ପରକରି ଆରପାରିକୁ ଚାଲି ଯାଇଛନ୍ତି ଓଲିଉଡର ବାପା । ବିଜୟଙ୍କ ଦେହାନ୍ତରେ ସବୁ ମହଲରେ ଦୁଃଖ ଖେଳିଯାଇଛି । ସିନେପ୍ରେମୀଙ୍କ ଠାରୁ ଆରମ୍ଭ କରି ରାଜନେତା ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ଏ ଖବର ପରେ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ‘ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।’

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ବିଜୟଙ୍କ ଦେହାନ୍ତ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଅପୂରଣୀୟ କ୍ଷତି । ସେ ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇଛନ୍ତି ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ସିନେମା, ଡ୍ରାମା ଓ ଥିଏଟର ପ୍ରତି ବିଜୟଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ ବୋଲି କହିଛନ୍ତି ରାଜ୍ୟପାଳ ।

ସିନେମା ନିର୍ମାତା ନୀଳମାଧବ ପଣ୍ଡା ବିଜୟଙ୍କ ଦେହାନ୍ତ ଓଡ଼ିଆ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ତାଙ୍କ ଦେହାନ୍ତଙ୍କୁ ଓଡ଼ିଆ ସିନେମାରେ ଏକ ଯୁଗର ଶେଷ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ-

ଅଭିନୟରୁ ନିର୍ଦ୍ଦେଶନା ଓ ରାଜନୀତି, ବିଜୟଙ୍କ ଜୀବନ ଯାତ୍ରାର କାହାଣୀ

ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ୭୦ ବର୍ଷ ବୟସରେ ଦେହାନ୍ତ

Latest Posts

Don't Miss