୧୫ ଦିନ ବଢ଼ିଲା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ସାମୟିକ ଛୁଟି

1 min read

ଭୁବନେଶ୍ବର: ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ଖୁସି ଖବର । ୧୫ ଦିନ ସାମୟିକ ଛୁଟି ବଢ଼ାଇଲେ ରାଜ୍ୟ ସରକାର । ମହିଳା କର୍ମଚାରୀଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ବଢ଼ିଲା । ଉପକୃତ ହେବେ ୩୩ ହଜାର ୪୨୦ କର୍ମଚାରୀ । 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ ।

ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କ ପାଇଁ ବର୍ଷକୁ ୧୫ ଦିନ ସାମୟିକ ଛୁଟି ଓ ମହିଳା କର୍ମଚାରୀଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ନେଇ ପ୍ରସ୍ତାବ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯିବା ପରେ ଏହାକୁ ସେ ମଞ୍ଜୁରୀ ଦେଇଛନ୍ତି ।