ଜୋର ଧରିଲାଣି ପିପିଲି ପ୍ରଚାର: ଭର୍ଚୁଆଲରେ ପ୍ରଚାର କରିପାରନ୍ତି ନବୀନ

1 min read

ଭୁବନେଶ୍ୱର/ପିିପିଲି/ଡେଲାଙ୍ଗ: ପିପିଲିରେ ଜମିଲାଣି ପ୍ରଚାର । ସବୁ ଦଳର ହେବିଓ୍ୱେଟ ନେତା ମଇଦାନକୁ ଓହ୍ଲାଇଲେଣି । ଉପନିର୍ବାଚନ ପାଇଁ ବିଜେଡି ପ୍ରଚାରକୁ ଜୋରଦାର କରିଛି । ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ପ୍ରଚାର କରିବେ । ସେପଟେ ଆଜି ପିପିଲିରେ ସବୁ ଦଳର ହେଓ୍ୱିବେଟ୍ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏଥିପାଇଁ ପିପିଲି ପରିବେଶ ସରଗରମ ହୋଇଛି ।

ପିପିଲିରେ ପ୍ରଚାର କରିବେ ହେବିଓ୍ୱେଟ୍ । ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ । ୨୫ରୁ କେନ୍ଦ୍ରୀୟ ନେତା ଓହ୍ଲାଇେବ ମଇଦାନକୁ । ନବୀନ କରିପାରନ୍ତି ଭର୍ଚୁଆଲରେ ପ୍ରଚାର । ପିପିଲି ଉପନିର୍ବାଚନ ପାଇଁ ୨୦ରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଷ୍ଟାର କ୍ୟାମ୍ପେନର ପିପିଲିମୁହାଁ ହେଲେଣି । ଆରମ୍ଭରୁ ଛୋଟ ଛୋଟ ଟିମ କରି ବିଜେଡି ଜୋରଦାର ପ୍ରଚାର କରିଛି । ଦଳର ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ସମର୍ଥକଙ୍କ ସହ ଘରଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି । ପିପିଲିବାସୀଙ୍କ ମୁଡ୍ ଦେଖି ବହୁ ବ୍ୟବଧାନରେ ବିଜେଡି ଜିତିବ ବୋଲି ଦମ୍ଭୋକ୍ତି କରିଛି । ଦରକାର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ପ୍ରଚାର କରିବେ ।

ଅନ୍ୟପଟେ ବିଜେଡ଼ି-ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ୩ ଦଳର ହେବିଓ୍ୱେଟ ନେତାମାନେ ଭୋଟଭିକ୍ଷା କରିଛନ୍ତି । ବିଜେଡ଼ି ସାଂସଦ ପିନାକୀ ମିଶ୍ର,ବିଧାୟକ ଦେବୀ ମିଶ୍ର, ପ୍ରଚାର କରିଥୀବା ବେଳେ ବିଜେପି ପକ୍ଷରୁ ସମ୍ବିତ ପାତ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ପ୍ରଚାରର ମଙ୍ଗ ଧରିଥୀଲେ । ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ । ଭୋଟଗ୍ରହଣ ତାରିଖ ଯେତେ ପାଖେଇ ଆସୁଛି, ପ୍ରଚାର ସେତିକି ଜମୁଛି ।

ଏଥିସହିତ ପଢ଼ନ୍ତୁ: ମହିଳାଙ୍କ ଦକ୍ଷତା ବିକାଶ ଓ ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଜାତିସଂଘ ପ୍ରତିନିଧିଙ୍କ ପ୍ରଶଂସା

Leave a Reply