ବଡ଼ଠାକୁରଙ୍କୁ ନେଇ ଭାବ ବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ବିଭିନ୍ନ ବାଧା ବିଘ୍ନ ପରେ ଆରମ୍ଭ ହୋଇଛି ଯାଇଛି ବଡ଼ ଠାକୁରଙ୍କ ମାନବୀୟ ଲୀଳା ।  କିଛି ସମୟ ପରେ ବଡ଼ ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ରଥ । ରଥ ଯାତ୍ରାକୁ ନେଇ ସମସ୍ତେ ଖୁସି ଥିବା ବେଳେ ଏହି କାର୍ଯ୍ୟକୁ ସୁରୁଖୁରୁରେ କରିବାକୁ ଯିଏ ପଣ କରିଛନ୍ତି କେମିତ ବା ସେ ଖୁସି ହୋଇନଥାନ୍ତେ ।

ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସାରା ଦେଶରୁ କରୋନା ମହାମାରୀ ବିତ୍ପତି ମାଡ଼ି ବସିଥିବା ବେଳେ ଏହାର ମୁକାବିଲା କରିବାକୁ ସବୁ ପ୍ରକାର ପ୍ରୟାସ ପରେ ଆବଶ୍ୟକ ରହିଛି ମହାପ୍ରଭୁଙ୍କ କରୁଣା । ଏବଂ ଏଭଳି ପରିସ୍ଥିତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନା ମୁକ୍ତ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

ଏହାସହ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଆଶା ଆଶଙ୍କର ଅନ୍ତ ପରେ ଯେତେବେଳେ ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ଅନୁମତି ଆସିଲା ସେତେବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଥମ ଟ୍ୱିଟ ତାଙ୍କ ମନରେ ଥିବା ଜଗନ୍ନାଥ ପ୍ରେମକୁ ଦର୍ଶାଇ ଦେଉଥିଲା । କରୋନା କାଳରେ କାଳିଆର କଳାକାରୀ ବୁଝିବା ସତରେ ବହୁତ କଷ୍ଟ ।

Leave a Reply