spot_img

Latest Posts

ଯୋରନ୍ଦାରେ ଲେଖାହେଲା ବିକାଶର ନୂଆ କାହାଣୀ, ନବୀନ କହିଲେ ମହିମା ପାଇଁ ଓଡ଼ିଶା ମାଟି ପବିତ୍ର

ଢେଙ୍କାନାଳ : ଯୋରନ୍ଦାରେ ଲେଖାହେଲା ବିକାଶର ନୂଆ କାହାଣୀ। ମହିମାଗାଦିର ରୂପାନ୍ତରଣ ପାଇଁ ଭିତ୍ତିସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେବଭୂମୀ ଓ ପୂଣ୍ୟଭୂମି ଓଡ଼ିଶା। ଯୋରନ୍ଦା ମାଟି ଓଡ଼ିଶାକୁ ପବିତ୍ର କରିଛି। ଭାରତର ଆଧ୍ୟାତ୍ମିକ କ୍ଷେତ୍ରରେ ଓଡ଼ିଶାକୁ ଯୋରନ୍ଦା ସ୍ବତନ୍ତ୍ର ସ୍ଥାନ ଦେଇଛି। ଯୋରନ୍ଦାକୁ ଆସି ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମହିମା ଧର୍ମ ସରଳ ଜୀବନ, ସେବା, ଜଗତକଲ୍ୟାଣ ଓ ସାରା ବିଶ୍ବକୁ ଏକ ପରିବାର ଭାବେ ବିଶ୍ବାସ କରେ। ମହାନ ସନ୍ଥ ଭୀମଭୋଇଙ୍କ ବାର୍ତ୍ତା ସମସ୍ତଙ୍କ ପାଇଁ ପ୍ରେରଣା। ଜଗତକଲ୍ୟାଣ ପାଇଁ ନିଜକୁ ସମର୍ପିତ କରିବାର ଚିନ୍ତାଧାରା ଆମକୁ ଶିକ୍ଷା ଦେଇଛି। ଯୋରନ୍ଦା ମନ୍ଦିରର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପବିତ୍ର କାମ ପାଇଁ ଭିତ୍ତିସ୍ଥାପନ କରି ବେଶ୍ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

୩ବର୍ଷ ଭିତରେ ମନ୍ଦିରର ରୂପାନ୍ତରଣ କାମ ଶେଷହେବ। ଭାରତର ଆଧ୍ୟାତ୍ମିକ ପର୍ଯ୍ୟଟନ ମାନଚିତ୍ରରେ ଏହା ଏକ ପ୍ରମୁଖ ପୀଠ ଭାବରେ ସୁନାମ ଆଣିବା ସହ ଓଡ଼ିଶାର ପରିଚୟ ଉଜ୍ବଳ କରିବ। ଯୋରନ୍ଦା ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବ। ମହିମା ଧର୍ମର ଆହୁରି ପ୍ରଚାର ପ୍ରସାର ହେବ। ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ। ରୂପାନ୍ତରଣ ପ୍ରକଳ୍ପରେ ପୀଠର ସାମଗ୍ରିକ ବିକାଶ ସହ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପରେ ୨୦ରୁ ଅଧିକ କ୍ଷେତ୍ରର ବିକାଶ କରାଯିବ। ପିଲିଗ୍ରିମ ହଲ୍, ପିଲିଗ୍ରିମ୍ ରେଷ୍ଟ୍ ସେଡ, ଓ୍ବେଟିଂ ହଲ୍, ଶୂନ୍ୟ ମଣ୍ଡପ ଗେଟ୍, ଭିକ୍ଷା ମଣ୍ଡପ ଓ ବେଢ଼ା, ଅଖଣ୍ଡ ବତୀ ମଣ୍ଡପ, ଭଜନ ମଣ୍ଡପ, ଅଖଣ୍ଡ ଧୂନି, ଅମଣିଆ ମଣ୍ଡପ, ମୁଖ୍ୟ ନୀତି, ପୂଜକ ଘର, ଚନ୍ଦନ ଘର, ମଠ ନୀତି ଘର, ସରଞ୍ଜାମ ଘର, ରୋଷେଇ ଘର, ଭେକ ବାନା ମଣ୍ଡପ, ପୋଖରୀ, ଭକ୍ତଙ୍କ ରାତ୍ରୀ ଯାପନ ପାଇଁ ଘର, ପାର୍କିଂ ବ୍ୟବସ୍ଥା, ମହିମା ଗାଦିକୁ ସଂଯୋଗ କରୁଥିବା ରାସ୍ତା, ନୂଆ ଶୂନ୍ୟ ମଣ୍ଡପ ଆଦିର ନିର୍ମାଣ ଏବଂ ଉନ୍ନତିକରଣ କରାଯିବ  ।

Latest Posts

Don't Miss