ସହଜ ହେଲା ଋଣ ବ୍ୟବସ୍ଥା, ‘ସଫଳ’ରେ ଆବେଦନ କରି ଚାଷୀ ପାଇବେ ସଫଳତା

1 min read

ଭୁବନେଶ୍ବର: ଚାଷୀଙ୍କ ପାଇଁ ଆହୁରି ସହଜ ହେବ ଋଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିବ ନୂଆ ପୋର୍ଟାଲ ‘ସଫଳ’ । ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଓ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ଖୋଲିବ । ଆଜି ସନ୍ଧ୍ୟା ସାଢେ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ପୋର୍ଟାଲର ଶୁଭାରମ୍ଭ ହେବ  । WWW.safal.odisha.gov.inରେ ଚାଷୀ ଋଣ ପାଇଁ ସହଜରେ ଆବେଦନ କରିପାରିବେ । କୃଷକ ଓଡ଼ିଶା ଡାଟାବେଶ ସହ ସଂଯୁକ୍ତ ହେବ ପୋର୍ଟାଲ । ୪୦ରୁ ଅଧିକ ବ୍ୟାଙ୍କ ଏଥିରେ ଯୋଡିହେବେ ।

 

୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ଆବେଦନ ସୁବିଧା ରହିଛି ପୋର୍ଟାଲରେ । ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା ମୋ ସେବା କେନ୍ଦ୍ରରୁ ଆବେଦନ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ରହିଛି । ଅଧିକ ସୂଚନା ପାଇଁ ଆମ କୃଷି ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ ଚାଷୀ ।