ଇବ୍ ନଦୀରେ ନିର୍ମାଣ ହେବ ୨ଟି ବ୍ୟାରେଜ୍: ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଇବ୍ ନଦୀରେ ନିର୍ମାଣ ହେବ ୨ଟି ବ୍ୟାରେଜ । ଆଜି ଦିନ ୧୧ଟାରେ ଭିସି ଜରିଆରେ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୪୯୩ କୋଟି ଟଙ୍କାରେ ନିର୍ମାଣ ହେବ ୨ଟି ବ୍ୟାରେଜ୍ । ସୁନ୍ଦରଗଡ଼ ସଦର ବ୍ଲକର କୋପସିଙ୍ଗା ଏବଂ କୁଡ଼ାବଗାଠାରେ ୨ଟି ବ୍ୟାରେଜ୍ ପାଇଁ ଅଜି ଶିଳାନ୍ୟସ କରିବେ ମୁଖ୍ୟମନ୍ତ୍ରୀ ।

କୋପସିଙ୍ଗା ବ୍ୟାରେଜ୍ ନିର୍ମାଣ ପାଇଁ ୨୪୮ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କୁଡାବଗା ବ୍ୟାରେଜ୍ ପାଇଁ ୨୪୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨ଟି ବ୍ୟାରେଜ୍ ନିର୍ମାଣ ହେଲେ ୧ ହଜାର ୨୧୬ ଏକର ଜମି ଜଳ ସେଚିତ ହେବା ସହ ମାଛ ଚାଷ ହୋଇପାରିବ । ଏହାସହ ଖରାଦିନେ ପାଣି ସମସ୍ୟା ଦୁର ହେବ । ସୁନ୍ଦରଗଡ଼ ସଦର ବ୍ଲକ, ଟାଙ୍ଗରପାଲି ବ୍ଲକ, ଲେଫ୍ରିପଡ଼ା ବ୍ଲକ, ବାଲିଶଙ୍କରା ସବଡେଗା ସହ ସୁନ୍ଦରଗଡ଼ ପୌରାଞ୍ଚଳବାସୀ ଏହି ବ୍ୟାରେଜ ଦ୍ୱାରା ଉପକୃତ ହେବେ ।

ଏଥିସହିତ ପଢ଼ନ୍ତୁ: ଶହୀଦ ନଗର ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅକାଳେ ଚାଲିଗଲା ୨ଜୀବନ

Leave a Reply