ପଶ୍ଚିମ ଓଡ଼ିଶାକୁ ନବୀନ ଦେଇଥିଲେ ୨୫ କୋଟି, ଭର୍ଚ୍ଚୁଆଲରେ ଲୋକାର୍ପଣ କରିବେ ଅନେକ ପ୍ରକଳ୍ପ

1 min read

ଭୁବନେଶ୍ୱର: ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ୨୫ କୋଟି ଟଙ୍କାର ସହାୟତା । କୋଭିଡ୍‌ ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ୨୫ କୋଟି ଟଙ୍କା । ଏହି ଅର୍ଥରେ ଅକ୍ସିଜେନ ସିଲିଣ୍ଡର, ମାସ୍କ, ଗ୍ଲୋବ୍‌ସ କିଣା ପରେ ଏବେ ହାତକୁ ନିଆଯାଇଛି ଅନେକ ଯୋଜନା । ଆର୍‌ଟି-ପିସିଆର୍ ମେସିନ କିଣାଯାଇଥିବା ବେଳେ ଟେକ୍ନସିଆନ୍ ନିଯୁକ୍ତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଅର୍ଥରେ ଅନେକ ମେଡିକାଲରେ ଅତିରିକ୍ତ ଆଇସିୟୁ ବେଡ୍‌ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ସ୍ଥାନରେ ଅଟୋ-ସାନିଟାଇଜିଂ ମେସିନ୍‌ର ଲଗାଯାଇଛି । ଏହି ଟଙ୍କାରେ ବିଭିନ୍ନ ଡାକ୍ତରଖାନାରେ ବିଶୁଦ୍ଧ ପିଇବା ପାଣିର ସମସ୍ୟା ମଧ୍ୟ ଦୂର କରାଯାଇଛି । ଏହି ସୁବୁର ବ୍ୟବସ୍ଥାର ଶୁକ୍ରବାର ଭର୍ଚୁଆଲ ଜରିଆରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡବ୍ଲୁଓଡିସି ପୋଲ, ରାସ୍ତା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ହାତକୁ ନେଉଥିବା ବେଳେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାବେ କୋଭିଡ୍‌ ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି । ଏହି ପ୍ରୟାସ ଧୀରେ ଧୀରେ ଆଗକୁ ବଢ଼ିବ ବୋଲି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave a Reply