ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ, ଏହି ଜିଲ୍ଲାକୁ ଯିବେ ଏହି ମନ୍ତ୍ରୀ

1 min read

ଭୁବନେଶ୍ବର: ଏଥର ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ । ରାଜ୍ୟରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଅତିଥିଙ୍କ ତାଲିକା ପ୍ରକାଶ ପାଇଛି । ସ୍ବାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପରେଡରେ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ । ସେହିପରି କନ୍ଧମାଳ ଜିଲ୍ଲା ହେଡକ୍ବାର୍ଟରରେ ପତାକା ଉତ୍ତୋଳନ କରିବେ SC ST ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ।

ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଢେଙ୍କାନାଳରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଲାଙ୍ଗୀରରେ ମନ୍ତ୍ରୀ ପ୍ରଦୀପ ଅମାତ ଜାତୀୟ ପତାକା ଉତ୍ତୋଳନ କରିବେ । ସେହିପରି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ନୟାଗଡ ମୁଖ୍ୟାଳୟରେ ମନ୍ତ୍ରୀ ଉଷା ଦେବୀ, କଟକରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଦେବ ପତାକା ଉତ୍ତୋଳନ କରିବେ ।

ସେହିପରି ମାଲକାନଗିର ଜିଲ୍ଲା ସ୍ତରୀୟ ପରେଡରେ ସାମିଲ ହେବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସମ୍ବଲପୁରରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର, କୋରାପୁଟରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ଗଜପତିରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଖୋର୍ଦ୍ଧାରେ ମନ୍ତ୍ରୀ ତୁଷାରିକାନ୍ତି ବେହେରା , ସୋନପୁରରେ ମନ୍ତ୍ରୀ ରୋହିତ ପୂଜାରୀ, ନୂଆପଡାରେ ମନ୍ତ୍ରୀ ରୀତା ସାହୁ, ଅନୁଗୁଳରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ବ୍ରହ୍ମପୁରରେ RDC ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ । ବାକି ଅନ୍ୟ ୯ଟି ଜିଲ୍ଲାରେ ଜିଲ୍ଲାପାଳମାନେ କରିବେ ପତାକା ଉତ୍ତୋଳନ ।