ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ: ଟିଟିଲାଗଡ଼ରେ ପହଞ୍ଚିଲେ

1 min read

ବଲାଙ୍ଗୀର: ବୁଧବାର ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ଟିଟିଲାଗଡ଼ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ନିର୍ଦ୍ଦାରିତ ସମୟନୁଯାୟୀ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ୧୦ଟା ୩୫ମିନିଟ ସମୟରେ ଟିଟିଲାଗଡ଼ ସଭାସ୍ଥଳରେ ପହଞ୍ଚିଛନ୍ତି । ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧନ କରିବା ପରେ ସେଠାରୁ ପାଟଣାଗଡ଼ ଓ ବଲାଙ୍ଗୀର ସଭାରେ ଯୋଗ ଦେବେ । ନବୀନଙ୍କ ଏହି ଐତିହାସିକ ଯୋଜନା ତୃଣମୂଳସ୍ତରରେ ପହଞ୍ଚିବା ପାଇଁ ଜିଲ୍ଲାରେ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ ।

https://www.youtube.com/watch?v=HLLV6CaTHmY

ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ୧୧କୋଟି ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବେ । ସେହିପରି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର-ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ଓ ସୌଦାର୍ଯ୍ୟକରଣ ପାଇଁ ପ୍ୟାକେଜ ଘୋଷଣା ସହ ଶିଳାନ୍ୟାସ କରିବେ । ସେହିପରି ବଲାଙ୍ଗୀର ପୋୖରାଞ୍ଚଳରେ ହେବାକୁ ଥିବା ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମୀଙ୍କ କୋଠା, ଟିଟିଲାଗଡ଼ ଓ ତୁଷୁରା ଠାରେ ସ୍ମାର୍ଟ ପାର୍କ, ବଲାଙ୍ଗୀର ଠାରେ ଆବର୍ଜନା ପରିଚାଳନା ପାଇଁ ଏସଇଟିସି, ଇଡ଼କୋ ଅଂଚଳରେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଲାନେଟୋରିୟମ, ଜିଲ୍ଲାର ଅନେକ ଗୁଡ଼ାଏ ଜଳାଶୟର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏଥିସହିତ ପଢ଼ନ୍ତୁ: ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହ ହେବ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବୈଠକ: ବକେୟା ଅର୍ଥ ପ୍ରଦାନ ନେଇ ଦାବି କରିବେ ମୁଖ୍ୟମନ୍ତ୍ରୀ

Leave a Reply