spot_img

Latest Posts

ହିମାଚଳ ପ୍ରଦେଶରେ ରାଜନୈତିକ ହଲଚଲ, ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କ ବଢିଲା ଅଡୁଆ

ବ୍ୟୁରୋ ରିପୋର୍ଟ: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କ ବଢିଲା ଅଡୁଆ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ବିଧାୟକଙ୍କ କ୍ରସ ଭୋଟିଂ ପରେ ବିବାଦ ତେଜିଛି। ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ କଂଗ୍ରେସ ବିଧାୟକ ଭୋଟ ଦେବା ପରେ ଏହି ବିବାଦ ଜୋର ଧରିଛି। ଗୃହରେ ହଙ୍ଗାମା ଯୋଗୁଁ ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ସମେତ ବିଜେପିର ୧୫ ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି। ହିମାଚଳରେ ଏହାକୁ ନେଇ ରାଜନୀତି ସରଗରମ ରହିଛି।

ଅପରପଟେ କଂଗ୍ରେସ ସରକାର ଉପରେ ସଙ୍କଟ ଘନେଇବାରେ ଲାଗିଛି। ବିଜେପି ବିଧାୟକଙ୍କ କାର୍ଯ୍ୟକଳାପକୁ ଅଣସଂସଦୀୟ କହିବା ସହ ସେମାନଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି। ବିରୋଧୀ ବିଧାୟକଙ୍କ ବ୍ୟବହାରରେ ବିଧାନସଭାର ଗରିମାକୁ ଆଘାତ ପହଞ୍ଚିଥିବା କହିଛନ୍ତି ବାଚସ୍ପତି। ଏହି ଅବସ୍ଥାରେ ଗୃହ ଚଳାଇବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି।

ସେପଟେ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କୁ ମନେଇବା ପାଇଁ ବରିଷ୍ଠ ନେତା ସକ୍ରିୟ ହୋଇଯାଇଛନ୍ତି। ଏହା ମଧ୍ୟରେ କଂଗ୍ରେସର ସଙ୍କଟ କମିବା ସମ୍ଭାବନା ଦେଖାଯାଉନାହିଁ। ଅନ୍ଯପଟେ କଂଗ୍ରେସର ପିଡବ୍ଲୁଡି ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଇସ୍ତଫା ଦେଇଥିବା ଜଣାପଡିଛି। ବର୍ତ୍ତମାନର ସ୍ଥିତିରେ ମୁଁ ସରକାର ସହ ଯୋଡ଼ି ହୋଇ ରହିବାକୁ ଚାହୁଁନାହିଁ ବୋଲି କହିଛନ୍ତି ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ। ବିବାଦ ଲାଗି ରହିଥିବାରୁ ପଦରୁ ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ।

Latest Posts

Don't Miss