କୋଭିଡ କଟକଣାଙ୍କୁ ବର୍ଷେ; ମୁଖ୍ୟମନ୍ତ୍ରୀଙ୍କୁ ପ୍ରଣବ ପ୍ରକାଶଙ୍କ ପ୍ରଶଂସା

ଭୁବନେଶ୍ବର: ମହାମାରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ସମୟ ଉପଯୋଗୀ ଓ ଠିକ୍ ପଦକ୍ଷେପ ଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଟୁଇଟ୍ କରି ପ୍ରଶଂସା କରିଛନ୍ତି ପ୍ରଣବ ।

ସରକାରଙ୍କ ସମୟୋଚିତ ନିଷ୍ପତ୍ତି ଯୋଗୁଁ ଅନେକ ଜୀବନ ରକ୍ଷା ହେଲା । କଠିନ ସମୟରେ ଲୋକଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଗଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ପାଇଁ ପ୍ରଣବ ପ୍ରଶଂସା କରିଛନ୍ତି । ନବୀନଙ୍କ ଭଳି ଜଣେ ନେତାଙ୍କ ଅଧୀନରେ କାମ କରି ଗର୍ବିତ ବୋଲି ପ୍ରଣବ ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି ।

ଗତବର୍ଷ ଆଜିର ଦିନରେ କରୋନା ମହାମାରୀକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରଥମ ରାଜ୍ୟ ଭାବେ ନବୀନ ଏହା ଘୋଷଣା କରିବା ସହିତ କରୋନାକୁ ପ୍ରତିହତ କରିବାକୁ ଆଗୁଆ ପଦକ୍ଷେପ ନେଇଥିଲେ । ଯାହାକି ସାରା ବିଶ୍ବରେ ପ୍ରଶଂସା ପାଇଛି ବୋଲି ପ୍ରଣବ ପ୍ରକାଶ ଦାସ ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି ।

Leave a Reply