spot_img

Latest Posts

ବାଲେଶ୍ୱର ଷ୍ଟେସନରେ ଅଘଟଣ; ମାଲବାହୀ ଟ୍ରେନରୁ ଖସିଲା କୋଇଲା ଗୁଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର: ଓଭର ଲୋଡିଂ ଯୋଗୁ ପ୍ଲାଟଫର୍ମ ଛାତରେ ଘଷି ହୋଇ ମାଲବାହୀ ଟ୍ରେନରୁ ଖସିଲା କୋଇଲା। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଶୁକ୍ରବାର ଦିନ ବାଲେଶ୍ବର ଷ୍ଟେସନରେ ଏହି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ଭଦ୍ରକ ପଟୁ ଆସୁଥିବା ମାଲବାହୀ ଟ୍ରେନ୍‌ର ବଗିରେ ଘୋଡ଼ା ଯାଇଥିବା ପଲିଥିନ୍‌ ପ୍ଲାଟଫର୍ମ ଛାତରେ ଲାଗିଯାଇଥିଲା । ଯାହା ଫଳରେ ଟ୍ରେନ୍‌ରେ ପରିବହନ କରାଯାଉଥିବା କୋଇଲା ପ୍ଲାଟଫର୍ମର ଛାତରେ ଘଷି ହୋଇ ତଳେ ପଡିବାକୁ ଲାଗିଥିଲା। କୋଇଲା ଗୁଣ୍ଡ ପ୍ଲାଟଫର୍ମରେ ପଡ଼ିବା ସହ ପବନରେ ଉଡ଼ି ପୂରା ପ୍ଲାଟଫର୍ମକୁ ଧୂଆଁମୟ କରିଦେଇଥିଲା ।

ଅନ୍ୟ ଟ୍ରେନ୍‌କୁ ଅପେକ୍ଷା କରିଥିବା ଯାତ୍ରୀମାନେ ପ୍ଲାଟଫର୍ମରେ ବସିଥିବାବେଳେ, ଏଭଳି ସ୍ଥିତି ଦେଖି ଭୟରେ ଦୌଡ଼ି ପଳାଇଥିଲେ । ବାଲେଶ୍ବର ଷ୍ଟେସନ୍‌ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଖଡ଼ଗପୁର ସ୍ଥିତ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ପରେ କଣ୍ଟ୍ରୋଲ ରୁମ୍‌ ଟ୍ରେନ୍‌କୁ ଅନ୍ୟ ଷ୍ଟେସନ୍‌ରେ ଅଟକାଇ ଉଡ଼ୁଥିବା ପଲିଥିନ୍‌ ଗୁଡ଼ିକୁ ବାହାର କରିବା ପରେ ଟ୍ରେନ୍‌କୁ ଛଡ଼ା ଯାଇଥିବା ଜଣାପଡିଛି।

Latest Posts

Don't Miss