ତଟରକ୍ଷୀ ବାହିନୀ ଶ୍ରୀଲଙ୍କା ଜାହାଜରୁ ୩ହଜାର କୋଟି ଟଙ୍କାର ହେରୋଇନ୍ ସହ ଅସ୍ତ୍ରଶସ୍ତ୍ର, ଗୁଳି ଜବତ କରିଛି

ନୂଆଦିଲ୍ଲୀ: ଆରବ ସାଗର ଦେଇ ଚାଲାଣ ହେଉଛି ନିଶାଦ୍ରବ୍ୟ ସହ ଅସ୍ତ୍ରଶସ୍ତ୍ର । ଏନେଇ ଗତ ୧୫ ତାରିଖରେ ମିଳିଥିବା ଗୁପ୍ତ ସୂଚନା ଅନୁସାରେ ଭାରତୀୟ ତଟରକ୍ଷୀ ବାହୀନି ଆରମ୍ଭ କରିଛନ୍ତି ସର୍ଚ୍ଚ ଅପରେସନ । ବିଦେଶରୁ ଅତ୍ୟାଧୁନିକ ଡଙ୍ଗା ଓ ଲଞ୍ଚ ମାଧ୍ୟମରେ ନିଶାଦ୍ରବ୍ୟ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏହି ସର୍ଚ୍ଚ ଅପରେସନ ବେଳେ ୩୦୦ କେଜି ହିରୋଇନ୍‌, ୫ଟି ଏକେ ୪୭ ସହ ହଜାରେ ରାଉଣ୍ଡ ଗୁଳି ଜବତ କରାଯାଇଛି । ଶ୍ରୀଲଙ୍କା ମାଛ ଧରା ଡଙ୍ଗା ରବିହାନ୍ସିରୁ ଏହି ସାମଗ୍ରୀ ଜବତ ହୋଇଛି । ଏହାପରେ ସମୁଦ୍ରରେ ଯିବା ଆସିବା କରୁଥିବା ଜାହାଜ ଉପରେ କଡ଼ା ନଜର ରଖିଛି ଭାରତୀୟ ତଟରକ୍ଷୀ ବାହିନୀ । ଜବତ ହୋଇଥିବା ସାମଗ୍ରୀ ଆନ୍ତର୍ଜାତୀୟ ବଜାରରେ ୩ ହଜାର କୋଟି ଟଙ୍କାର ମୁଲ୍ୟ ହେବ ବୋଲି ଜଣାପଡିଛି । ଲାକ୍ଷାଦୀପ ଅଞ୍ଚଳରେ ମଧ୍ୟ ଏହି ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି । ସେଠାରେ ୨୦୦ କେଜି ଡ୍ରଗ୍ସ ଜବତ କରାଯାଇଛି । ୨୦୨୦ ନଭେମ୍ବରରେ ମଧ୍ୟ ଆଇସିଜି ପକ୍ଷରୁ ଏଭଳି ଏକ ଅପରେସନ କରାଯାଇଥିଲା । ଶ୍ରୀଲଙ୍କା ଆସୁଥିବା ଡଙ୍ଗାରୁ ବ୍ୟାପକ ମାତ୍ରାରେ ନିଶାଦ୍ରବ୍ୟ ଜବତ କରାଯାଇଥିଲା ।

Leave a Reply