ଆହୁରି ଶକ୍ତିଶାଳୀ ହେଲା ଉପକୂଳ ଓଡ଼ିଶା : ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ଜାହାଜ ଅଦମ୍ୟ

1 min read

ନନ୍ଦିଘୋଷ ବ୍ୟୁରୋ : ଆହୁରି ଶକ୍ତିଶାଳୀ ହେଲା ଉପକୂଳ ଓଡ଼ିଶା । ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି ଦୃତଗାମୀ ଓ ଶକ୍ତିଶାଳୀ ଜାହାଜ ଆଇସିଜିଏସ ଅଦମ୍ୟ । ଯାହା ଉପକୂଳରେ ଅନୁପ୍ରବେଶକୁ ରୋକିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କ ସାହାରା ହେବ । ଏହି ଜାହାଜରେ ଦୁଇଟି ଶକ୍ତିଶାଳୀ ଇଞ୍ଜିନ ସହିତ ସମୁଦ୍ରରେ ଦୃତ ଗତିରେ ଯିବା ଆସିବା କରିବାର କ୍ଷମତା ରଖିଛି । ୫୧ ମିଟର ଲମ୍ବର ଏହି ଜାହାଜ ୬୦% ଭାରତୀୟ ଆତ୍ମ ନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧିନରେ ଗୋଆରେ ତିଆରି କରାଯାଇଛି। ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗୋଟିଏ ୩ ଏମ‌ଏମ CRN-91 ବନ୍ଧୁକ, ଦୁଇଟି ୧୨.୭ ଏମଏମର ବନ୍ଧୁକ, ରିମୋଟ କଣ୍ଟ୍ରୋଲ ମେସିନ ଗନ୍, ସ୍ବୟଂ ଚାଳିତ ଶକ୍ତି ପରିଚାଳନା ସିଷ୍ଟମ ମଧ୍ୟ ରହିଛି। ଏଥିରେ ୫ ଜଣ ଅଧିକାରୀ ଓ ୪୩ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଓଡ଼ିଶାର ୪୮୦ କିଲୋମିଟର ବ୍ୟାପୀ ଉପକୂଳବର୍ତ୍ତୀ ସମୁଦ୍ରରେ ଆଇସିଜି ଅଦମ୍ୟ ପ‌ଇଁନ୍ତରା ମାରିବ । ଏହି ଜାହାଜଟି ଭାରତୀୟ ତଟରକ୍ଷୀ ବାହିନୀର ପାରାଦ୍ଵୀପ ମୁଖ୍ୟାଳୟ ଅଧିନରେ କାର୍ଯ୍ୟ କରିବ ।  ଆଜି ପ୍ରତିରକ୍ଷା ମନ୍ତ୍ରାଳୟର ଯୁଗ୍ମ ସଚିବ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଅବତରଣ କରାଇଥିଲେ।

ନଜର ପକାନ୍ତୁ