spot_img

Latest Posts

ସ୍କୁଟିରୁ ହ୍ୟାଣ୍ଡେଲରୁ ବାହାରିଲା ୪ ଫୁଟିଆ ନାଗ

ଭୁବନେଶ୍ୱର: ସ୍କୁଟିରୁ ବାହାରିଲା ନାଗ। ଭୁବନେଶ୍ୱର ଝାଡ଼ପଡା ମହାଦେବ ନଗରରୁ ସାଢେ଼ ୪ଫୁଟ ନାଗକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ। ଗତକାଲି ବିଳମ୍ବିତ ରାତିରେ ସ୍କୁଟିକୁ ବାହାର କଲା ବେଳକୁ ଏକ ବିରାଟ ନାଗ ସାପ କୁଣ୍ଡଳୀ ମାରି ହ୍ୟାଣ୍ଡେଲ ଉପରେ ବସି ଥିବାର ଦେଖି ଭୟଭୀତ ହୋଇଯାଇଥିଲେ ସ୍କୁଟି ମାଲିକ । ସ୍ନେକ ହେଲ୍ପ ଲାଇନକୁ ଖବର ଦେବା ପରେ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ସଦସ୍ୟା ସିଲକା ସେଲୋନୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଏବଂ ହଳଦିଆ ରଙ୍ଗର ନାଗ ସାପଟି ସ୍କୁଟିର ହ୍ୟାଣ୍ଡେଲ ତଳେ ଗୁଡେଇ ହୋଇ ରହିଥିବା ବେଳେ ସ୍ନେକ ହେଲ୍ପ ଲାଇନ ସାପଟିକୁ ଉଦ୍ଧାର କରିଥିଲେ । ପ୍ରାୟ ସାଢ଼େ ୪ ଫୁଟ ଲମ୍ବର ନାଗ ସାପକୁ ସ୍କୁଟରରୁ ସ୍ନେକ ହୁକ ସାହାଯ୍ୟରେ ସତର୍କତାର ସହିତ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟା ସିଲକା ସେଲୋନୀ ।

ସାପଟିକୁ ଉଦ୍ଧାର କରି ସହର ବାହାରେ ପ୍ରାକୃତିକ ବନ୍ୟ ପରିବେଶରେ ଛାଡି ଦିଆଯାଇଛି । ଭୁବନେଶ୍ୱରରେ ତାପ ମାତ୍ରା ବଢିବା ହେତୁ ସାପମାନେ ତାଙ୍କର ଶୀତଳ ସୁପ୍ତି  ଶେଷ କରି ଖାଦ୍ୟ ଅନ୍ୱେଷଣରେ ପଦାକୁ ବାହରିଥିବା ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

Latest Posts

Don't Miss