ରାଜ୍ୟ ପାଳିଲା ୭୭ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧୀମାର୍ଗରେ ଦେଖିବାକୁ ମିଳିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟୀ । ଗାନ୍ଧୀମାର୍ଗରେ ଦର୍ଶକ ଦେଖିଲେ ଭବ୍ୟ ପରେଡ୍ ସମାରୋହ । ମହାମହିମ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଦେଖାଇଲେ କଳାକାର । ରାଜ୍ୟପାଳଙ୍କ ସମ୍ମୁଖରେ ପ୍ରଦର୍ଶନ ହେଲା ପୁରୀର ସାହି ଯାତ । ଗଞ୍ଜାମ ଜିଲ୍ଲାର ପଶୁମୁଖା କଳାକାର ପ୍ରକୃତି ଓ ପଶୁ ସଂପଦର ସୁରକ୍ଷାର ବାର୍ତ୍ତା ଦେଇ ପରିବେଷଣ କଲେ ଆକର୍ଷଣିୟ ନୃତ୍ୟ । ପୁରୀ ଜିଲ୍ଲାର ବଡଘୋଡା ନାଚ ସାଙ୍ଗକୁ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳି ନୃତ୍ୟ ଓ ଜନଜାତି ଜୀବନ ଶୈଳୀ ସହ ସେମାନଙ୍କ ପର୍ବ ପର୍ବାଣୀ ସମୟର ନୃତ୍ୟ ପରିବେଷଣ ହୋଇଥିଲା । କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ ୧୨ ଟି ପ୍ରଜ୍ଞାପନ ମେଢ଼ । ରାଜ୍ଯସ୍ତରୀୟ ପରେଡ ପାଇଁ ଟ୍ରାଫିକ କଟକଣା ସହ ପୋଲିସ ମୁତୟନ କରାଯାଇଥିଲା ।
କଟକ ବାରବାଟୀ ଷ୍ଟାଡିୟମରେ ପାଳିତ ହୋଇଛି ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ପରେଡରେ ଅଂଶଗ୍ରହଣ କରିଥିଲେ ୪୬ଟି ଟ୍ରୁପ । ଏହାସହ କଟକ ଜିଲ୍ଲାର ବିଭିନ୍ନ ସ୍କୁଲ୍, କଲେଜ୍, ଏନସିସି, ସ୍କାଉଟ, ପୋଲିସ ବ୍ୟାଣ୍ଡ ଏବଂ ପୋଲିସର କଣ୍ଟିନେଣ୍ଟ ସାମିଲ ଥିଲେ । ଓଡ଼ିଆ ଓ ଇଂରାଜୀ ବକ୍ତୃତାରେ କୃତିତ୍ୱ ହାସଲ କରିଥିବା ୨୪ଜଣ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୨୪ ଜଣ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ସହ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଦେଶ ୨୦୧୪ ପରେ ଏକ ନୂତନ ବିକାଶ ଆଡ଼କୁ ଅଗ୍ରସର ହେଉଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ରା ଦେଶ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସବୁଠି ପତ୍ତାକା ଉତ୍ତୋଳନ ସହ ଉତ୍ସାହ ଦେଖିବାକୁ ମିଳିଛି ।

