ପୁଣି ବାଜିଲା ମହଙ୍ଗା ଛାଟ, ବଢ଼ିଲା କମର୍ସିଆଲ ରନ୍ଧନ ଗ୍ୟାସ୍ ଦର

ନୂଆଦିଲ୍ଲୀ: ପୁଣି ବାଜିଲା ମହଙ୍ଗା ଛାଟ । ବଢ଼ିଲା କମର୍ସିଆଲ ରନ୍ଧନ ଗ୍ୟାସ୍‌ ଦର । କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି ପାଇଛି । ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ଥିବାବେଳେ ପୁଣି ଥରେ ଖାଉଟିଙ୍କ ଉପରେ ବାଜିଛି କମର୍ସିଆଲ ଏଲପିଜିର ମହଙ୍ଗା ଛାଟ । କମର୍ସିଆଲ ରନ୍ଧନ ଗ୍ୟାସ୍‌ ଦର ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି ପାଇ ୧ ହଜାର ୭୮୦ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀରେ ୧୯ କେଜି କମର୍ସିଆଲ ଗ୍ୟସ୍‌‌ ସିଲିଣ୍ଡର ଦର ପୂର୍ବରୁ ୧ ହଜାର ୭୭୩ ଟଙ୍କା ଥିଲା । ଆଜି ୭ ଟଙ୍କା ବୃଦ୍ଧି ପାଇ ୧ ହଜାର ୭୮୦ ଟଙ୍କା ହୋଇଛି । କୋଲକତାରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ ୧ ହଜାର ୮୭୫ ଟଙ୍କା ୫୦ ପଇସାରୁ ବଢ଼ି ୧ ହଜାର ୮୮୨ ଟଙ୍କା ୫୦ ପଇସାରେ ପହଞ୍ଚିଛି । ଏହାବାଦ ମୁମ୍ବାଇରେ ଏହାର ଦାମ ୧ ହଜାର ୭୨୫ ଟଙ୍କାରୁ ୧ ହଜାର ୭୩୨ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧ ହଜାର ୯୩୭ ଟଙ୍କା ଥିଲା । ଏବେ ତାହା ୧ ହଜାର ୯୪୪ ଟଙ୍କା ହୋଇଛି। ତେବେ ଘରୋଇ ରନ୍ଧନ ଗ୍ୟାସ୍‌ ଦର ଅପରିବର୍ତ୍ତିତ ରହିଛି ।