ରାଜଧାନୀରୁ ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ୟୁନିଟ ୮ ନାରାୟଣୀ ବସ୍ତିରୁ ଦୁଇ ଜଣଙ୍କୁ ଗିରଫ କଲା କଟକ ଫ୍ଲାଇଙ୍ଗ ସ୍କ୍ବାଡ । ସ୍କୁଟିରେ ବୁଲି ବୁଲି କରୁଥିଲେ ଧଳା ଜହର କାରବାର । ଦୁଇ ବେପାରୀ ଠାରୁ ୨୮୨ ଗ୍ରାମ ବ୍ରାଉନସୁଗାର, ନଗଦ ୧୫ ହଜାର ଟଙ୍କା ଓ ଗୋଟିଏ ସ୍କୁଟି ଜବତ କରିଛି ଫ୍ଲାଇଙ୍ଗ ସ୍କ୍ବାଡ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ୨୦ ହଜାର ଟଙ୍କା ହେବ ।

ଦୁଇ ଜଣ ବ୍ୟକ୍ତି କେବେ ଠାରୁ କାରବାର କରୁଥିଲେ ? ରାକେଟରେ କେତେ ଜଣ ଅଛନ୍ତି ? କେଉଁଠାରୁ ଆଣି ବ୍ରାଉନସୁଗାର କାରବାର କରୁଥିଲେ ? ଏ ସବୁ ଦିଗକୁ ନେଇ ଖୋଳତାଡ କରୁଛି ଟିମ । ବ୍ରାଉନସୁଗାର କାରବାର ବିରୋଧରେ ପୋଲିସର ଶକ୍ତ ଆକ୍ସନ ପରେ ମଧ୍ୟ କମିବାର କମିବାର ନାଁ ଧରୁନାହିଁ  । ମାତ୍ରାଧିକ ବ୍ରାଉନସୁଗାର ମିଳିବା ମଧ୍ୟ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି  ।