କ୍ରିମିନାଲ ଘରେ କମିଶନରେଟ ପୋଲିସର ରେଡ୍

1 min read

ଭୁବନେଶ୍ୱର: ଫେରାର ପେଶାଦାର ଅପରାଧୀ ଘରେ କମିଶନରେଟ୍ ପୋଲିସର ଚଢାଉ । ୟୁନିଟ-୬ ପିଚୁ ବସ୍ତିରେ ରହୁଥିବା ହାର୍ଡକୋର କ୍ରିମିନାଲ ରାଜେଶ ମହାପାତ୍ର ଘରେ ପୋଲିସର ଜୋରଦାର ଖାନତଲାସୀ ହୋଇଛି । ମର୍ଡର, ଡକାୟତି ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ସଙ୍ଗୀନ ମମାଲା ରହିଛି ରାଜେଶ ନାଁରେ । ତେଣୁ ରାଜେଶର ଘରେ ବନ୍ଧୁକ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଥିବା ସନ୍ଦେହ କରି ପୋଲିସ ଖାନତଲାସୀ କରିଛି । ମେଟାଲ ଡିଟେକ୍ଟରରେ ହୋଇଛି ଯାଞ୍ଚ ।

ସୂଚନା ମୁତାବକ ରାଜେଶ ନାଁରେ ଭୁବନେଶ୍ବର ତଥା ଭୁବନେଶ୍ବର ଆଖପାଖରେ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି । ଅନେକ ସାଙ୍ଘାତିକ ଦଫା ରାଜେଶ ନାମରେ ରହିଛି  । ହତ୍ୟା-ଡକାୟତି ଓ ବେଆଇନ ଅସ୍ତ୍ର ଶସ୍ତ୍ର କାରବାର କଲା ଭଳି ସଙ୍ଗୀନ ଦଫା ଏହି ଅପରାଧି ନାମରେ ରହିଛି  । କମିଶନରେଟ ପୋଲିସ ଆଜି ଅଚାନକ ରାଜେଶ ଘରେ ଚଢାଉ କରି ତନାଘନା ଆରମ୍ଭ କରିଛି  ।