କମିଶନରେଟ୍ ପୋଲିସ ସ୍କାନରରେ ଅପରାଧୀ, ୨୪ ଘଣ୍ଟାରେ ୯ ଅଭିଯୁକ୍ତ ଗିରଫ

1 min read
Commissionerate Police Arrested 9 Accused In Last 24 Hours In Different Cases

ଭୁବନେଶ୍ୱର: ଅପରାଧୀଙ୍କୁ ସାବାଡ୍ କରୁଛି କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସର ନୂଆ ପୋଲିସ କମିଶନର ଭାବେ ୧୯୯୫ ବ୍ୟାଚର ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେବାର ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ସହର ଓ ଆଖପାଖରୁ କମିଶନରେଟ୍ ପୋଲିସ ୯ ଜଣ ଅପରାଧୀଙ୍କୁ ଗିରଫ କରିଛି । ଏଥିସହ ଅପରାଧରେ ବ୍ୟବହୃତ ଗାଡ଼ି, ବନ୍ଧୁକ, ଛୁରୀ ଭଳି ମାରଣାସ୍ତ୍ର ସାମଗ୍ରୀ ଜବତ କରିଛି ପୋଲିସ ।

 Commissionerate Police Arrested 9 Accused In Last 24 Hours In Different Cases
Saumyendra Kumar Priyadarsi, IPS 1995, assumed the charge as CP on 09 Mar 2021.

ଭରତପୁର ଥାନା ପୋଲିସ ଡକାୟତି ଉଦ୍ୟମ ବେଳେ ୫ ଜଣଙ୍କୁ ଗିରଫ କରିଛି । ଡକାୟତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ଛୁରୀ, ଲୁହା ରଡ୍ ଜବତ କରାଯାଇଛି । ସେହିଭଳି ତମାଣ୍ଡୋ ପୋଲିସ ଗୋଟିଏ ମାମଲାରେ ଜଣକୁ ଗିରଫ କରିବା ସହ ୩ଟି ମନିଟର, ୪ଟି ୟୁପିଏସ୍, ଗୋଟିଏ କିବୋର୍ଡ, ଗୋଟିଏ ମାଉସ୍ ଜବତ କରିଛି ।

ବାଲିଅନ୍ତା ପୋଲିସ୍ ଗୋଟିଏ ସାଉଣ୍ଡ ମେସିନ୍, ବ୍ୟାଟେରି, ଇନଭର୍ଟର ସହ ଜଣଙ୍କୁ ଗିରଫ କରିଛି । ଖଣ୍ଡଗିରି ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ୨ଟି ଚୋରି ମୋବାଇଲ୍ ଫୋନ୍ ଜବତ କରିଛି । ସେହିଭଲି ସହିଦନଗର ଥାନା ପୋଲିସ ଗୋଟିଏ ମୋବାଇଲ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

Leave a Reply