ଫିଙ୍ଗର ପ୍ରିଣ୍ଟ କହିବ ମୁଣ୍ଡବିହୀନ ଶବ କାହାର ?

1 min read
Commissionerate Police Collected Headless Body’s Finger Print To Identify Of Woman

ଭୁବନେଶ୍ୱର: ସାତ ଦିନ ପରେ ବି ସତ ଖୋଜୁଛି ପୋଲିସ । ଏବେବି ଅନ୍ଧାରରେ ଅନ୍ଧାରୁଆ-ଦାସପୁରରୁ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣା । ନା ପୋଲିସକୁ ମହିଳାଙ୍କ ପରିଚୟ ମିଳିଛି ନା କଟାମୁଣ୍ଡ । ପରିଚୟ ଜାଣିବା ପାଇଁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଡିଜିଟାଇଜେସନ୍‌ ଦ୍ୱାରା ମହିଳାଙ୍କର ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଛି । ଏପରିକି ଏନସିଆରବି ଡାଟା ସହ ମ୍ୟାଚିଂ କରିବାକୁ ଯୋଜନା କରିଛି । ଏଥିସହ ମହିଳାଙ୍କ ପୋଷ୍ଟର ମରା ଅଭିଯାନ ଜୋରଦାର କରିଛି ପୋଲିସ ।

Commissionerate Police Collected Headless Body’s Finger Print To Identify Of Woman

ବିତିଲାଣି ସାତ ଦିନ, ୧୬୮ ଘଣ୍ଟା। ଏଯାଏଁ ମୁଣ୍ଡବିହୀନ ଶବ ଘଟଣାରୁ ହଟୁନି ପରଦା । ମହିଳାଙ୍କ ମୁଣ୍ଡ କି ପରିଚୟ ପାଉନି କମିଶନରେଟ ପୋଲିସ । ଅନ୍ଧାରୁଆରେ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ । ମହିଳାଙ୍କ ପରିଚୟ ଖୋଜିବାକୁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ ପାଇଁ ଡିଜିଟାଇଜ୍ ଦ୍ୱାରା ମହିଳାଙ୍କର ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ପୋଲିସ । SCRBର ଫିଙ୍ଗର ପ୍ରିଣ୍ଟ ଡାଟା ବ୍ୟାଙ୍କକୁ ସାମ୍ପୁଲ ପଠାଯାଇଛି । କୌଣସି ମାମଲାରେ କାଳେ ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ଥିବ । କୌଣସି ଅପରାଧୀ ଲିଙ୍କ୍ ଓ ଦେହଜୀବୀ ହୋଇଥିଲେ, ଫିଙ୍ଗର ପ୍ରିଣ୍ଟ ମେଳ କରି ମହିଳାଙ୍କ ପରିଚୟ ମିଳିପାରେ ବୋଲି ପୋଲିସ ସନ୍ଦେହ କରିଛି । କେବଳ ସେତିକି ନୁହେଁ ଏନସିଆରବି ପାଖରେ ଥିବା ଫିଙ୍ଗରପ୍ରିଣ୍ଟ ମ୍ୟାଚ୍‌ କରିବାକୁ ଯୋଜନା କରାଯାଉଛି । ମହିଳାଙ୍କ ବିଷୟରେ ଏନସିଆରବିରେ ପୂର୍ବରୁ ତଥ୍ୟ ଥିଲେ ପରିଚୟ ମିଳିପାରେ ବୋଲି ପୋଲିସ ଅନୁମାନ କରୁଛି ।

Commissionerate Police Collected Headless Body’s Finger Print To Identify Of Woman

ମହିଳାଙ୍କ ବାବଦରେ ପୋଷ୍ଟର ମାରିବା ପରେ ଏଯାଏ ୨୦ଟି ଫୋନ କଲ୍ ଆସିଛି । କିଛି ଲୋକ ଆସି ଦେଖିକି ଯାଇଛନ୍ତି, ତେବେ କିଛି ମେଳ ଖାଉନି । ସେପଟେ ମହିଳାଙ୍କ ମୃତଦେହକୁ ଆହୁରି ୭ ଦିନ ରଖାଯିବ । ସାଇଣ୍ଟଫିକ୍ ତଦନ୍ତ ପାଇଁ ମହିଳା ମୃତଦେହକୁ ପୋଡ଼ିବା ବଦଳରେ କୌଣସି ଏକ ସ୍ଥାନରେ ପୋତି ଦିଆଯିବ । ସେପଟେ ମହିଳାଙ୍କ ବାବଦରେ ତଥ୍ୟ ସଂଗ୍ରହକୁ ଆହୁରି ବ୍ୟାପକ କରିବା ପାଇଁ ୬ଟି ଜୋନ୍ ଏସିପିଙ୍କୁ ୧୨ଶହ ପୋଷ୍ଟର ଦିଆଯାଇଛି । ପୋଷ୍ଟର ଗୁଡ଼ିକ ବିଭିନ୍ନ ବସ୍ତି ଓ ପଡ଼ୋଶୀ ଥାନାକୁ ବଣ୍ଟନ କରାଯିବ ବୋଲି ଡିସିପି କହିଛନ୍ତି ।

Leave a Reply