ଟ୍ରାଇଥଲନ୍ ପ୍ରତିଯୋଗିତା ବେଳେ ପ୍ରତିଯୋଗୀଙ୍କ ମୃତ୍ୟୁ

ପୁରୀ: ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ଟ୍ରାଇଥଲନ ପ୍ରତିଯୋଗିତାରେ ଅଘଟଣ । ପ୍ରତିଯୋଗିତାରେ ଭାଗ ନେଇଥିବା ରାଜସ୍ଥାନ ଅଂଚଳର ନିତୀନ ସୋନିଙ୍କ ମୃତ୍ୟୁ । ହରକୁଲେନ କୋଣାର୍କ ନାମରେ ଏହି ପ୍ରତିଯୋଗୀତା ରାମଚଣ୍ଡୀ ମନ୍ଦିର ନିକଟରେ ଆଜି ଅନୁଷ୍ଠିତ ହେଉଥିବା ସମୟରେ ନିତୀନ ହଠାତ୍ ଅଚେତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଏକ ଘରୋଇ  ଆମ୍ବୁଲାନ୍ସ ଯୋଗେ ପ୍ରଥମେ କୋଣାର୍କ ଓ ପରେ ପୁରୀ ମେଡିକାଲକୁ ଅଣାଯାଇଥିଲା । ତେବେ ପୁରୀରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ ଜାରି ରଖିଛି।