ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ହତ୍ୟାଧମକ, ଯୁବକଙ୍କ ବିରୋଧରେ ମାମଲା ରୁଜୁ

ନନ୍ଦିଘୋଷ ବ୍ୟୁରୋ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଯାଦବଙ୍କୁ ଗୁଳି ମାରିବାକୁ ଧମକ ଦିଆଯାଇଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ସମାଜପାଦୀ ପାର୍ଟିର ମେମ୍ୱରମାନେ ହତ୍ୟା ଧମକ ଦେଇଥିବା ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ଯଥାଶୀଘ୍ର ଆକ୍ସନ ନେବାକୁ ସୂରଜପୁର ଥାନାରେ ଦାବି କରିଛନ୍ତି । ଏହାଛଡ଼ା ଏହି ଭିଡିଓରେ ଥିବା ଅନ୍ୟ ଯୁବକମାନଙ୍କୁ ମଧ୍ୟ ଗିରଫ କରିବାକୁ ପାର୍ଟି ପକ୍ଷରୁ ପୋଲିସକୁ କୁହାଯାଇଛି ।

ନିକଟରେ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଗୁଳିମାରି ହତ୍ୟା ଧମକ ଦେଉଥିବା ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏହି ଭାଇରାଲ ଭିଡିଓରେ ଯୁବକମାନେ କହୁଛନ୍ତି କି,ରାଣା ସାଙ୍ଗା ଆମ ପୂର୍ବଜ ଅଟନ୍ତି , ସେ ଆମ ପିତା, ଯଦି କେହି ଆମ ପିତାଙ୍କୁ ଗାଳିଦେବ ତ ତାକୁ ଗୁଳି ମାରିଦେବୁ ।

ଅଖିଳେଶ ଯାଦବଙ୍କୁ ଗୁଳି କରିବାର ଧମକ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି । ବିଜେହି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ଗୁଳିକାଣ୍ଡ ଭାରତୀୟ ଜନତା ପାର୍ଟିର ଏକ ପୁରୁଣା ଷଡ଼ଯନ୍ତ୍ର । ସେ ଆହୁରି ମଧ୍ୟ କହିଥିଲେ କି, ଆପଣ ଜାଣିଥିବେ ଯେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଗୁଳି କରାଯାଇଥିଲା, ଏମାନେ ହିଂସା ପସନ୍ଦ କରନ୍ତି, ହେଲେ ଆମେ ଆମ୍ୱେଦକରଙ୍କ ପଥ ଅନୁସରଣ କରି ଦେଶକୁ ଏକ ନୂତନ ଦିଗଦର୍ଶନ ଦେବାକୁ ଚାହୁଁଛୁ ।