କେରଳରେ ଚିନ୍ତା ବଢ଼ାଉଛି କରୋନା: ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା

1 min read

ତାମିଲନାଡ଼ୁ: କେରଳରେ ଚିନ୍ତା ବଢାଇଲା ଭାଇରସ । ସାରା ଦେଶରେ ଯେତିକି ପଜିଟିଭ ଠାବ ହେଉଛନ୍ତି ତାହାର ଅଧା ରହିଛନ୍ତି କେରଳରେ । ବୁଧବାର ରାଜ୍ୟରେ ଠାବ ହୋଇଛନ୍ତି ୨୨ ହଜାରରୁ ଅଧିକ ପଜିଟିଭ । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୩୩ ଲକ୍ଷ ୨୭ ହଜାରରୁ ଅଧିକ । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬ହଜାର ୪୫୭ ବୋଲି କୁହାଯାଉଥିଲେ ବି ବାସ୍ତବ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୋଲି କୁହାଯାଉଛି । ଅନ୍ୟାନ୍ୟ ପ୍ରାୟ ସମସ୍ତ ରାଜ୍ୟରେ କରୋନା ଏକପ୍ରକାର ନିୟନ୍ତ୍ରଣ ସ୍ଥିତିରେ ଥିବାବେଳେ କେରଳରେ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ନେଇ ଚିନ୍ତାରେ ରାଜ୍ୟ ଓ କେନ୍ଦ୍ର ସରକାର । ରାଜ୍ୟରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାଗୁଡିକ ହେଉଛନ୍ତି ମାଲାପୁରମ, ତ୍ରିସୁର, କୋଝିକୋଡ, ଏର୍ଣ୍ଣାକୁଲମ, ପାଲାକାଡ, କୋଲ୍ଲମ, କାନ୍ନୁର, ଥିରୁବନନ୍ତପୁରମ ଓ କୋଟ୍ଟାୟମ । ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବାରୁ ଟେଷ୍ଟିଂ ଓ ଟ୍ରାକିଂ ନେଇ ସମସ୍ୟାରେ ପଡୁଛନ୍ତି ସରକାର । ସେପଟେ ଭାରତୀୟ ମେଡିକାଲ ଗବେଷଣା ପରିଷଦ ବା ଆଇସିଏମଆରର ପରାମର୍ଶରେ ଅଧିକରୁ ଅଧିକ ସେରୋସର୍ଭେ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛି କେନ୍ଦ୍ର ।

ଏଥିସହିତ ପଢ଼ନ୍ତୁ: ଇନ୍‌ସାଇଡର ଟ୍ରେଡିଂ ଅଭିଯୋଗରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କୁ ୩ଲକ୍ଷ ଟଙ୍କାର ଜରିମାନା ଲଗାଇଲେ SEBI

Leave a Reply