ରାଜସ୍ଥାନ କଂଗ୍ରେସରେ ପୁଣି ରାଜନୈତିକ ସଙ୍କଟ, ବିଧାୟକ ହେମାରାମ ଚୗେଧୁରୀଙ୍କ ଇସ୍ତଫା

ଜୟପୁର: ରାଜସ୍ଥାନ କଂଗ୍ରେସରେ ପୁଣି ଥରେ ରାଜନୖେତିକ ସଙ୍କଟ ଦେଖାଦେଇଛି । ପାଇଲଟ ଗ୍ରୁପର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେମାରାମ ଚୌଧୁରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଗେହଲଟ୍ ସରକାରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ହେମାରାମ ଗୁଡାମାଲାନୀରୁ ବିଧାୟକ ଥିଲେ ।

ରାଜସ୍ଥାନରେ ଗତ ବର୍ଷ ରାଜନୈତିକ ସଙ୍କଟ ବେଳେ ହେମାରାମ ପାଇଲଟ୍ ମୋର୍ଚ୍ଚାରେ ସାମିଲ ହୋଇଥିଲେ । ନିକଟରେ ସେ ସୁବେର ଗେହଲଟ୍ ସରକାରଙ୍କ  କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିଲେ । ଖାସ୍ କରି ନିଜ ସରକାର ବିରାେଧରେ ବଗାବତ୍ ମନୋଭାବ ରଖି ଏକଦା ଚର୍ଚ୍ଚାରେ ଥିଲେ ସେ ।

ଅଶୋକ ଗେହଲଟ୍ ସରକାରଙ୍କ ବିରୋଧରେ ଦଳୀୟ ବିଧାୟକଙ୍କ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି। ଏହା ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ସରକାର ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ସହ ଏକ ମଧ୍ୟ ଖୋଲିବାକୁ ପଛାଇନଥିଲେ ।

ଉଲ୍ଲେଖଯୋଗ୍ୟ, ହେମାରାମ ଚୗେଧୁରୀଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ରମେଶ ମିନା, ବିଧାୟକ ବେଦ ପ୍ରକାଶ ସୋଲଙ୍କି, ମୁରାରୀ ଲାଲ ମିନା ଓ ପୂର୍ବତନ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂହ ରାଜସ୍ଥାନ ସରକାରଙ୍କ କାର୍ଯ୍ୟକଳାପ ବିରୋଧରେ ଅସନ୍ତୋଷ ଜାହିର କରିସାରିଛନ୍ତି ।

Leave a Reply