spot_img

Latest Posts

ଦଳବିରୋଧୀ କାର୍ଯ୍ୟ ଅଭିଯୋଗ; କଂଗ୍ରେସରୁ ବହିଷ୍କାର ହେଲେ ବରିଷ୍ଠ ନେତା ସଞ୍ଜୟ ନିରୂପମ

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସର ହଟଚମଟ। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ସସପେଣ୍ଡ ହେଲେ ବରିଷ୍ଠ ନେତା ସଞ୍ଜୟ ନିରୂପମ। ଏହା ସହ ଲୋକସଭା ନିର୍ବାଚନରେ ତାରକା ପ୍ରଚାରକ ତାଲିକାରୁ ତାଙ୍କ ନାମକୁ ବାଦ୍ ଦିଆଯାଇଛି। ଉତ୍ତର-ପଶ୍ଚିମ ମୁମ୍ବାଇ ସମେତ କେତେକ ଆସନରେ ଇଣ୍ଡିଆ ମେଣ୍ଟ ସହଯୋଗୀ ଶିବସେନା (ଉଦ୍ଧବ ଠାକରେ) ଗୋଷ୍ଠୀ ପକ୍ଷରୁ ଟିକେଟ ବଣ୍ଟନକୁ ବିରୋଧ କରିଥିଲେ ସଞ୍ଜୟ। ଏହି ଆସନ ଲାଗି କଂଗ୍ରେସର ଜଣେ ନେତା ଆଶାୟୀ ଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ତାହାକୁ ଶିବସେନା ହାତରେ ଟେକି ଦିଆଯାଇଥିଲା।

ପୂର୍ବରୁ ବି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଦଳବିରୋଧୀ ଆଭିମୁଖ୍ୟ କାରଣରୁ ସଞ୍ଜୟଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ଏକ ଇସ୍ତାହାରରେ କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ। ସଞ୍ଜୟଙ୍କ ବିବାଦୀୟ ଟିପ୍ପଣୀ କାରଣରୁ ତାଙ୍କ ବିରୋଧରେ ଦଳ ପଦକ୍ଷେପ ନେଲା ବୋଲି କହିଛନ୍ତି ପିସିସି ସଭାପତି ନାନା ପାଟୋଲ।

ଉତ୍ତର-ପଶ୍ଚିମ ମୁମ୍ବାଇରୁ ଶିବସେନାରୁ ବର୍ତ୍ତମାନର ସାଂସଦ ଅମୋଲ କାର୍ତ୍ତିକାର ପ୍ରାର୍ଥୀ ହେବା ପରେ ବଢିଥିଲା ବିବାଦ। କୋଭିଡ ମହାମାରୀ ବେଳେ ଖିଚିଡି ସ୍କାମରେ କୀର୍ତ୍ତିକାର ସାମିଲ ଥିଲେ ବୋଲି ଅଭିଯୋଗ କରିଥିଲେ ସଞ୍ଜୟ। ସେପଟେ ସଞ୍ଜୟ କହିଛନ୍ତି, ତାଙ୍କୁ ସସପେଣ୍ଡ କରାଯାଇନାହିଁ ବରଂ ସେ ନିଜ ଆଡୁ ଦେଇଛନ୍ତି ଇସ୍ତଫା।

Latest Posts

Don't Miss