ପିପିଲି ଉପନିର୍ବାଚନ ପାଇଁ କଂଗ୍ରସର ପ୍ରାର୍ଥୀ ଖୋଜା

1 min read

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ କଂଗ୍ରସ ପକ୍ଷରୁ ପ୍ରାର୍ଥୀ ଖୋଜା ଚାଲିଛି। ଏନେଇ କଂଗ୍ରେସ ଭବନରେ ପ୍ରାର୍ଥୀ ଚୟନ ନେଇ ବସିଛି ଏକ ସବ୍‌ କମିଟି ବୈଠକ। ଏହି ବୈଠକ ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି। ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ସେନେଇ ଚିନ୍ତା ବଢିଥିଲା ଦଳର ।

ବୈଠକରେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିବା ବେଳେ ଆସନ୍ତା ୨ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି । ତେବେ ପିପିଲି ପାଇଁ ଅଜିତ ମଙ୍ଗରାଜଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦଳ ଚାହୁଁଛି ବୋଲି ବୈଠକ ଅବସରରେ ପ୍ରଦୀପ ମାଝୀ କହିଛନ୍ତି।

ଏଥିସହ ପଢନ୍ତୁ- ପିପିଲି ପାଇଁ କଂଗ୍ରେସ କାହାକୁ କରିବ ପ୍ରାର୍ଥୀ, ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚା

ଉଲ୍ଲେଖଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା, ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ୍ ୧୪ରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ପରିବାର ଉପରେ ଆଉ ଏକ ଦୁଃଖର ପାହାଡ ଭାଙ୍ଗି ପଡିଛି ଯେତେବେଳେ ସେହି କରୋନାରେ ଅଜିତଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

Leave a Reply