ପୋଲିସ ବିନା ସର୍ଚ୍ଚ ୱାରେଣ୍ଟରେ ଅନୁସନ୍ଧାନ କରିପାରିବ ବୋଲି କ’ଣ ବୈଜୟନ୍ତ ଜାଣିନାହାନ୍ତି?: ନରସିଂହ

1 min read

ଭୁବନେଶ୍ୱର: ବିଜେପିର କେନ୍ଦ୍ରୀୟ ଉପ-ସଭାପତି ହୋଇ ମହାରାଷ୍ଟ୍ର ଏବଂ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଏଥିରୁ ସ୍ପଷ୍ଟ ଅନୁମାନ କରିହେଉଛି କି, ବିଜେପିର ମନୋଭାବ କେତେ ସଂକୀର୍ଣ୍ଣ । ରାଜ୍ୟରେ ସମ୍ବିଧାନ ଓ ଗଣତନ୍ତ୍ରକୁ ନେଇ ପ୍ରଶ୍ନ ଉଠାଇବା ହାସ୍ୟାସ୍ପଦ । ପ୍ରତି ମୁହୂର୍ତ୍ତରେ ଯେଉଁ ଦଳ ସମ୍ବିଧାନ ଓ ଗଣତନ୍ତ୍ର ହନନ କରିଚାଲିଛି ଏବଂ ଏକଛତ୍ରବାଦ ପ୍ରତିଷ୍ଠା କରିବା ଲକ୍ଷ୍ୟରେ କାମ କରୁଛି ସେହି ଦଳର ନେତା ସମ୍ବିଧାନର ସୁରକ୍ଷା କଥା ଉତ୍ଥାପନ କରିବା ନିହାତି ହାସ୍ୟାସ୍ପଦ ।

ବିଜେପି ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ଟ୍ୱିଟ୍‌କୁ ନେଇ ଏପରି କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଅତ୍ୟନ୍ତ ନିନ୍ଦନୀୟ । ବିଜେପି ବିରୋଧରେ କେହି କିଛି ମନ୍ତବ୍ୟ ରଖିଲେ ପାକିସ୍ତାନ ଚାଲିଯିବାକୁ କହିଥାନ୍ତି ।

Former BJD MP Baijayant Jay Panda set to join BJP today

ତେଣୁ ବୈଜୟନ୍ତ ଏବେ ଚିନ୍ତା କରନ୍ତୁ, ସେ ପାକିସ୍ତାନ ଯିବେ କି ନାହିଁ । କୋର୍ଟଙ୍କ ବିନା ଅନୁମତିରେ ଧାରା ୧୬୫ ଓ ୧୬୧ରେ ପୋଲିସ ବୟାନ ରେକର୍ଡ କରିପାରିବ । ପୋଲିସ ବିନା ସର୍ଚ୍ଚ ୱାରେଣ୍ଟରେ ଅନୁସନ୍ଧାନ କରିପାରିବ ବୋଲି କଣ ବୈଜୟନ୍ତ ଜାଣିନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । ସେହିପରି ଜନପ୍ରତିନିଧିଙ୍କ ମିଛ ଭିଡିଓ ଭାଇରାଲ ପ୍ରସଙ୍ଗରେ ନରସିଂହ କହିଛନ୍ତି, ଉକ୍ତ ଟିଭି ଚ୍ୟାନେଲର ଋଚି କଣ ତାହା ସ୍ପଷ୍ଟ ହୋଇଯାଇଛି । ନାରୀ ଓ ଆଦିବାସୀଙ୍କ ପ୍ରତି ତାଙ୍କର ମନୋଭାବ ସ୍ପଷ୍ଟ ଜଣାପଡ଼ିଯାଉଛି ବୋଲି ନରସିଂହ ମିଶ୍ର କହିଛନ୍ତି।

https://www.facebook.com/NandighoshaTV/videos/276880113508804

Leave a Reply