୯ ସେକେଣ୍ଡରେ ୧୩ ପୁସଅପ୍ସ…ଛାତ୍ରଛାତ୍ରୀଙ୍କୁ ରାହୁଲ ଦେଖାଇଲେ ଫିଟନେସ୍ ଦମ୍

1 min read

ଚେନ୍ନାଇ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦିନ କନ୍ୟାକୁମାରୀରେ ଏକ ରୋଡ୍ ଶୋ କରୁଛନ୍ତି । ଏହି ଅବସରରେ ରାହୁଲଙ୍କ ଭିନ୍ନ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳୁଛି । କନ୍ୟାକୁମାରୀରେ ସେ ଯୁବ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ । ଏମିତିକି ସେମାନେ ରାହୁଲଙ୍କୁ ଫିଟନେସ୍ ଚାଲେଞ୍ଜ ଦେବାକୁ ପଛାଇନଥିଲେ ।

ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳପ କରିବା ସମୟରେ ଜଣେ ଛାତ୍ର ରାହୁଲଙ୍କ ସହ ଆଇକିଦୋ ପରଫର୍ମ କରିଥିଲେ । ଆଇକିଦୋ ଦେଖାଇବା ପରେ ଜଣେ ଛାତ୍ର ତାଙ୍କୁ ପୁସଅପ୍ସ ଚାଲେଞ୍ଜ ଦେଇଥିଲେ । ଯାହା ପରେ ରାହୁଲ ଗାନ୍ଧୀ ମଞ୍ଚ ଉପରେ ଛାତ୍ରଙ୍କ ସହ ପୁସଅପ୍ କରିଥିଲେ । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।

ଭାଇରାଲ୍ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ରାହୁଲ ଗାନ୍ଧୀ ୯ ସେକେଣ୍ଡରେ ନନଷ୍ଟପ୍ ୧୩ ପୁସଅପ୍ସ କରୁଛନ୍ତି । ରାହୁଲ ପ୍ରଥମ ପୁସଅପ୍ ଲଗାଇବା ପରେ ଛାତ୍ରଙ୍କୁ ଗୋଟିଏ ହାତରେ ପୁସଅପ୍ କରିବା ପାଇଁ କହିବା ସହ ନିଜେ ମଧ୍ୟ କରିଥିଲେ । ଯେଉଁ ଛାତ୍ର ରାହୁଲଙ୍କୁ ପୁସଅପ୍ ଚାଲେଞ୍ଜ ଦେଇଥିଲେ ସେ ଦଶମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ତାଙ୍କ ନାମ ମେରୋଲିନ୍ ଶେନିଘା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବେ ଦକ୍ଷିଣ ରାଜ୍ୟ ଗସ୍ତରେ ଯାଉଛନ୍ତି । ଏହି ରାଜ୍ୟ ଗୁଡିକ ମଧ୍ୟରେ ପୁଡୁଚେରୀ, କେରଳ ଓ ତାମିଲନାଡୁରେ ରାହୁଲଙ୍କ ନିଆରା ଅନ୍ଦାଜ ଦେଖିବାକୁ ମିଳୁଛି ।

Leave a Reply