କାରଗିଲରେ ରାହୁଲ ଗାନ୍ଧୀଙ୍କ କ୍ରେଜ୍‌, ଲଦାଖ ଜମି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍‌

1 min read

କାରଗିଲ: କାରଗିଲରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କ୍ରେଜ । ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ । କହିଛନ୍ତି- ଲଦାଖର ଇଞ୍ଚେ ଜମି ଚୀନ କବଳରେ ନାହିଁ ବୋଲି ସରକାର ଯାହା କହୁଛନ୍ତି ତାହ ମିଛି । ସେ କହିଛନ୍ତି ଭାରତ ଯୋଡ ଯାତ୍ରାର ଅଭିଜ୍ଞତା ଓ ସଫଳତା । ଏକ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି-ଦେଶରେ ଭାଇଚାର, ସଂପ୍ରୀତି ପ୍ରତିଷ୍ଠା ଲାଗି ଏହି ଯାତ୍ରା ଉଦ୍ଧିଷ୍ଟ ଥିଲା । କନ୍ୟାକୁମାରୀରୁ କାଶ୍ମୀର ଯାଏ ଚାଲିଥିଲା ଏହି ଯାତ୍ରା । ଦେଶରେ ବିଜେପି ଓ RSS ଯେଉଁ ହିଂସା, ଦ୍ବେଷଭାବର ପ୍ରସାର କରୁଛନ୍ତି ତାହା ବିରୋଧରେ ଏହି ଯାତ୍ରା ଉଦ୍ଧିଷ୍ଟ ଥିଲା । ହିଂସାର ବଜାରରେ ପ୍ରେମର ଦୋକାନ ପ୍ରତିଷ୍ଠା ହୋଇଥିଲା । ଲଦାଖରେ ବି ଏହି ଯାତ୍ରା କରିବାକୁ ହେବ । ଲଦାଖରେ ସେ ଗରିବ, ମା’ ଭଉଣୀଙ୍କ ସହ ଆଲୋଚନା କରିଥିଲେ । ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଲଦାଖର କୋଣ ଅନୁକୋଣରେ ପ୍ରତିଫଳିତ ।

ସେପଟେ ଆସନ୍ତାକାଲି ଶ୍ରୀନଗରରେ ରାହୁଲ ଗାନ୍ଧୀଙ୍କୁ ସାଥ୍ ଦେବ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଗତ ପ୍ରାୟ ଏକ ସପ୍ତାହ ଧରି ରାହୁଲ ଶ୍ରୀନଗର, ଲଦାଖ ଓ କାରଗିଲ ଗସ୍ତରେ ଯାଇ ବହୁ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । ଆସନ୍ତାକାଲି ସୋନିଆ ଦୁଇ ଦିନିଆ ଶ୍ରୀନଗର ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।