ନିରଞ୍ଜନଙ୍କ ବିରୋଧରେ କଂଗ୍ରେସରେ କମ୍ପନ, ତାରାଙ୍କ ଯୁକ୍ତିକୁ ଶରତଙ୍କ ସମର୍ଥନ

ଭୁବନେଶ୍ୱର: ପୁଣି କଂଗ୍ରେସରେ କେଁ । ପଦାରେ ପଡିଲା ଦଳୀୟ କନ୍ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି  । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସ୍ୱର ଉଠାଇଥିବାବେଳେ ତାରାଙ୍କୁ ସମର୍ଥନ କରିଛନ୍ତି ଏଆଇସିସି ସମ୍ପାଦକ ଶରତ ରାଉତ । ବାହିନୀପତିଙ୍କ ଅଭିଯୋଗରେ ସତ୍ୟତା ରହିଥିବା ନେଇ ସେ ଉଲ୍ଲେଖ କରିଛନ୍ତି  ।

ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନେଇ ଦଳୀୟ ସ୍ତରରେ ସମୀକ୍ଷା କରାଯାଉନି । ଏ ନେଇ ଏଆଇସିସିକୁ ଅବଗତ କରାଯିବ ବୋଲି କହିଛନ୍ତି ଶରତ । ସେପଟେ ତାରା କହିଛନ୍ତି, ନିରଞ୍ଜନ ବାବୁ ସମସ୍ତ ବିଧାନସଭା ମଣ୍ଡଳୀ ପାଇଁ ଅର୍ଥ ଖର୍ଚ୍ଚ କରିବେ ବୋଲି କହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ଏହା ପ୍ରତିଶ୍ରୁତିରେ ରହିଗଲା । ପୂର୍ବତନ ବିଧାୟକ କୈଳାଶ କୁଲେସିକା ମୋ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିବା କହିଛନ୍ତି ତାରା । ଦଳ ଛାଡିବା ପ୍ରଶ୍ନ ଉଠୁନି, ଦଳରେ ରହି ସମ୍ମାନ ପାଇଁ ଲଢେଇ କରିବିବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

Leave a Reply