spot_img

Latest Posts

ପ୍ରସ୍ତୁତ ହେବ କଂଗ୍ରେସ ରଣନୀତି : ଅହମ୍ମଦାବାଦରେ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦ କଂଗ୍ରେସ କାର୍ଯ୍ୟକାରିଣୀରେ ବିଜେପିର ସାମ୍ପ୍ରଦାୟିକ ନୀତିକୁ ଟାର୍ଗେଟ। ଦେଶରେ ସାମ୍ପ୍ରଦାୟିକ ବିଭାଜନ କରିବା ଲାଗି ବିଜେପି ଉଦ୍ୟମ କରୁଥିବାରୁ ଏହା ବିରୋଧରେ ଅଭିଯାନ ଚାଲିବ ବୋଲି ହୋଇଛି ଘୋଷଣା। ଏହା ସହ ଦେଶର ସମ୍ପଦକୁ ଯେପରି ଭାବେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ହାତରେ ଟେକି ଦିଆଯାଇଛି ତାହାକୁ ସମାଲୋଚନା କରାଯାଇଛି। ଅହମ୍ମଦାବାଦ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ମାରକୀସ୍ଥଳରେ ଆୟୋଜିତ ସମ୍ମିଳନୀରେ ସାଂଗଠନିକ ବିନ୍ୟାସ ଲାଗି ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ, ବିଭିନ୍ନ ଦଳ ସହ ମେଣ୍ଟ ଆଦି ପ୍ରସଙ୍ଗରେ ବି ଆଲୋଚନା ହୋଇଥିବା ସୂଚନା ମିଳିଛି। ଦଳର ସାଂଗଠନିକ ବିକେନ୍ଦ୍ରୀକରଣ, ଚଳିତବର୍ଷ ଓ ଆସନ୍ତା ବର୍ଷ ପ୍ରାରମ୍ଭରେ ୬ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତା ପୂର୍ବରୁ କଂଗ୍ରେସକୁ ଅଧିକ ମଜଭୁତ କରିବା ଲାଗି ପଦକ୍ଷେପ ନିଆଯାଇଛି।

କଂଗ୍ରେସ ସଭାପତି ଭାବେ ମହାତ୍ମା ଗାନ୍ଧୀ ନିର୍ବାଚିତ ହେବାର ୧୦୦ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକାରିଣୀ ଗୁରୁତ୍ବ ବହନ କରୁଛି । ସାବରମତୀ ନଦୀ କୂଳରେ ଏହି କନଭେନସେନ ହେଉଛି । ଏଥିରେ ଦେଶର ଦୁଇ ହଜାରରୁ ଅଧିକ ନେତା ସାମିଲ ହୋଇଛନ୍ତି । ଏହା ସହ ଏଆଇସିସି ସଭାପତି ମଲ୍ଲିକର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ପ୍ରମୁଖ ସାମିଲ ହୋଇଛନ୍ତି।

Latest Posts

Don't Miss