spot_img

Latest Posts

କରୋନାରେ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ତେବେ ଏହାରି ଭିତରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଓସାହେବ ଅନ୍ତପୁରକରଙ୍କର ମୃତ୍ୟୁ ହୋଇଛି। କରୋନାରେ ସଂକ୍ରମିତ ହୋଇ ସେ ଡାକ୍ତରଖାନାରେ ଭର୍ତ୍ତି ଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୬୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।

ତେବେ ପାର୍ଟି ସୁତ୍ରରୁ ଜଣାପଡ଼ିଛି ଯେ ମାର୍ଚ୍ଚ ୧୯ରେ ସେ କୋଭିଡ ସଂକ୍ରମିତ ହୋଇଥିଲେ। ଯାହାପରେ ତାଙ୍କୁ ନାନ୍ଦେଡ଼ର ଏକ ଡାକ୍ରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ୨୨ ମାର୍ଚ୍ଚରେ ତାଙ୍କୁ ମୁମ୍ବାଇର ଏକ ଡାକ୍ରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଶରୀରର ଅର୍ଗାନ ସବୁ କାମ କରିବା ବନ୍ଦ କରିଦେଇଥିଲା। ସେ ଏପ୍ରିଲ ୧ରୁ ଭେଣ୍ଟିଲେଟରରେ ଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଦିବଂଗତ ବିଧାୟକ ନାନ୍ଦେଡ଼ ଜିଲ୍ଲାର ଦେଗଲୁର ବିଧାନସଭା ଆସନରୁ ବିଧାୟକ ଥିଲେ। ରାଓ୍ୱସାହେବ ଅନ୍ତପୁରକର ହେଉଛନ୍ତି ମହାରାଷ୍ଟ୍ରର ଦ୍ୱିତୀୟ ବିଧାୟକ ଯିଏକି କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହାପୂର୍ବରୁ ପାଣ୍ଢରପୁରର ଏନସିପି ବିଧାୟକ ଭାରତ ବାଲ୍କେଙ୍କର ମୃତ୍ୟୁ କରୋନାରେ ହୋଇଥିଲା। ଏପ୍ରିଲ ୧୭ରେ ପାଣ୍ଢରପୁର ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।

Latest Posts

Don't Miss