ଅସନ୍ତୋଷ ଦୂର କରିବାକୁ ଆସନ୍ତା ସପ୍ତାହରେ ରାଜସ୍ଥାନରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ରାଜସ୍ଥାନ: କଂଗ୍ରେସ ଶାସିତ ରାଜସ୍ଥାନରେ ଆସନ୍ତା ସପ୍ତାହରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇପାରେ । ଆସନ୍ତା ସପ୍ତାହରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଏବଂ ରାଜସ୍ଥାନ ଦାୟିତ୍ୱରେ ଅଲ୍‌ଇଣ୍ଡିଆ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶୁକ୍ରବାର ରାଜସ୍ଥାନରେ ଆସି ପହଞ୍ଚିଛନ୍ତି । ଏବଂ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ । ଏଥିସହିତ ଜିଲ୍ଲା ମୁଖ୍ୟ ଏବଂ ପାର୍ଟିର ଅନ୍ୟ ପଦବୀ ନେଇ ମଧ୍ୟ ଆଲୋଚନା କରିବେ । ଏ ନେଇ ଉଭୟ ସଡ଼କ ପଥରେ ଆସି ଜୟପୁରରେ ପହଞ୍ଚିଛନ୍ତି ।

ତେବେ ରାଜସ୍ଥାନରୁ ରାଜ୍ୟ ସଭା ସାଂସଦ ଥିବା ବେଣୁଗୋପାଳ ଏବଂ ଅନ୍ୟ ଜଣେ ନେତା ଗେହଲୋତଙ୍କ ବାସଭବନରେ ଏ ନେଇ ଆଲୋଚନା କରିପାରିନ୍ତି ବୋଲି ସୂଚନା ରହିଛି । ପଞ୍ଜାବ ପରେ ପାର୍ଟି ହାଇକମାଣ୍ଡଙ୍କ ନଜର ଏବେ ରାଜସ୍ଥାନ ଉପରେ ଥିବା କୁହାଯାଉଛି । ଦଳରେ ଦେଖାଦେଇଥିବା ଅସନ୍ତୋଷ ଏବଂ ଡେପୁଟୀ ସିଏମ୍ ସଚିନ୍ ପାଇଲଟଙ୍କ ଅଧିନରେ ଦଳ ବଦଳ ଚର୍ଚ୍ଚା ପରେ ମନ୍ତ୍ରି ମଣ୍ଡଳ ସମ୍ପ୍ରସାରଣ ଦାବି ଜୋର ଧରିଥିଲା । ତେବେ ଏ ନେଇ ପୂର୍ବ ପାଇଲଟ୍ ଇଙ୍ଗିତ କରିଥିଲେ । ବିଭିନ୍ନ ସମସ୍ୟା ସେ ଦଳ ହାଇକମାଣ୍ଡଙ୍କ ସହ ସମ୍ପର୍କରେ ଥିବା କହିଥିଲେ । ସୂଚନା ଯୋଗ୍ୟ ଯେ, ପାଇଲଟ ତାଙ୍କ ଅନୁଗତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାକୁ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ । ଏ ନେଇ କିଛି ସମୟରେ ଗେହଲଟ୍‌ଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ନିର୍ମାଣ ମାମଲାରେ ଗେହନା ବଶିଷ୍ଟ ସମେତ ୩ ଜଣଙ୍କୁ ମୁମ୍ୱାଇ ପୋଲିସର ସମନ

Leave a Reply