spot_img

Latest Posts

ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଟିକେଟ କସରତ । ଆଗୁଆ ଟିକେଟ୍ ଦେବା ପାଇଁ ଆଜି ବସିଛି ପ୍ରଦେଶ  କଂଗ୍ରେସ ନିର୍ବାଚନ କମିଟିର  ବୈଠକ । ପିସିସି ସଭାପତିଙ୍କ ସହ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି। ପ୍ରଗମନ ଆପରେ ଟିକେଟ୍ ଆବେଦନ କରିଥିବା ନେତାଙ୍କ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଉଛି। ଏହା ପରେ ସ୍କ୍ରିନିଂ କମିଟିକୁ ପ୍ରାର୍ଥୀଙ୍କ ତାଲିକା ପଠାଯିବ। ବିଧାୟକ ପ୍ରାର୍ଥୀ ହେବା ପାଇଁ ୩ ହଜାର ଓ  ସାଂସଦ ପ୍ରାର୍ଥୀ ହେବାକୁ ୭ ଶହ ଆଶାୟୀ ଆବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରିବ ରାଜ୍ଯ କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା  କରାଯିବ ବୋଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ସଦସ୍ଯ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।

Latest Posts

Don't Miss