spot_img

Latest Posts

ମୁଖ୍ୟମନ୍ତ୍ରୀଙ୍କ ନାଁରେ କଂଗ୍ରେସ ଆଣିବ ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନାଁରେ କଂଗ୍ରେସ ଆଣିବ ସ୍ୱାଧିକାର ଭଙ୍ଗ ନୋଟିସ୍। ବିଧାନସଭା ଅଧିବେଶନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ ଘୋଷଣା କେମିତି କଲେ। ଏହା ସମ୍ବିଧାନ ବିରୋଧୀ। ପୋଲିସ ବିଭାଗରେ ପ୍ରତିବର୍ଷ ୨ ରୁ ୩ ହଜାର କନଷ୍ଟେବଳ ପଦବୀ ପୂରଣ ହୁଏ। କିନ୍ତୁ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କେମିତି କଲେ ବୋଲି ପ୍ରଶ୍ନ କରିଛନ୍ତି ତାରା ବାହିନୀପତି।

ଅନ୍ୟପଟେ ରାଜ୍ୟ ସରକାର କୌଣସି ବିଷୟ ଜାଣି ନାହାନ୍ତି କି ଜାଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବିଧାନସଭା ଚାଲିବା ସମୟରେ ବାହାର ନିୟମକୁ  ଘୋଷଣା କରି ହେବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନା ବିଭାଗୀୟ ଅଧିକାରୀ, ନା ମନ୍ତ୍ରୀ ନା ମୁଖ୍ୟମନ୍ତ୍ରୀ, କେହି କୌଣସି ନୀତିଗତ ଘୋଷଣା କରି ପାରିବେ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ଗତକାଲି ଅଗ୍ନିବୀରଙ୍କ ନିଯୁକ୍ତି ନେଇ ଯେଉଁ ଘୋଷଣା କରିଛନ୍ତି, ତାହା ବିଧାନସଭାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଛି। ଏ ସମ୍ପର୍କରେ ସୋମବାର ବିଧାନସଭାରେ ବିଜେଡି ଆପତ୍ତି ଉଠାଇବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।

ସେହିଭଳି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ବିଧାନସଭା ବାହାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏନେଇ କ୍ଷମା ମାଗିବା ଉଚିତ ବୋଲି ଦାବି କରିଛନ୍ତି ନରସିଂହ।

Latest Posts

Don't Miss