spot_img

Latest Posts

ସମ୍ବିତ ପାତ୍ରଙ୍କ ବିରୋଧରେ ରାଜରାସ୍ତାରେ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର : ପ୍ରଭୁ ଜଗନ୍ନାଥଙ୍କୁ ନେଇ ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଅପମାନସୂଚକ ମନ୍ତବ୍ୟ ନେଇ କଂଗ୍ରେସର ତୀବ୍ର ପ୍ରତିକ୍ରିୟା। ରାଜଧାନୀ ଭୁବନେଶ୍ଵରର  ରାଜରାସ୍ତାକୁ ଆସି ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀ। ସମ୍ବିତ ପାତ୍ର ହାୟ ହାୟ ନାରା ଦେବା ସହ ଓଡ଼ିଶା ଛାଡ଼ିବାକୁ ଦାବି କରିଛନ୍ତି। ବିଜେପି ନେତା ସମ୍ବିତ ପାତ୍ର ମୁର୍ଦ୍ଦାବାଦ ନାରା ଦେଇଥିଲେ। ଭଗବାନଙ୍କ ପ୍ରତି ଏଭଳି ଅପମାନସୂଚକ ମନ୍ତବ୍ୟ ନିନ୍ଦନୀୟ ବୋଲି କହିଥିଲୋ। ଓଡ଼ିଆ ଜାତିକୁ ଅପମାନ ଦେଇଥିବା ସମ୍ବିତ ପାତ୍ରଙ୍କୁ ବିରୋଧ କରି ନାରାବାଜି କରିଥିଲେ କଂଗ୍ରେସ କର୍ମୀ। ଘଟଣା ଅନୁସାରେ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଆଜି ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଏଭଳି ଅହଂକାରର କଥା କହିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ବଡ଼ଦାଣ୍ଡରେ ଛିଡ଼ା ହୋଇ ଗଣମାଧ୍ଯମକୁ ସମ୍ବିତ ଦେଇଥିବା ଏଭଳି ଅରୁଚିକର ପ୍ରତିକ୍ରିୟା ଆଜି ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ସାରା ରାଜ୍ଯରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏମତିରେ ଚଳିତ ନିର୍ବାଚନରେ ଲଢେଇ ପୂର୍ବରୁ ବିଜେପି ପ୍ରସଙ୍ଗହୀନ ହୋଇ ପଡିଛି।

ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ଆରମ୍ଭ କରିଥିବା ବିଜେପି ନିଜ ଜାଲରେ ନିଜେ ଫସିବା ପରେ ଶେଷରେ ବାଧ୍ଯ ହୋଇ ଧର୍ମ ଓ ଠାକୁରଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛି। କେତେବେଳେ କନ୍ଧମାଳ ଦଙ୍ଗା କଥା ତ କେତେବେଳେ ରାମ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁଣି କେତେବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ ତଥ୍ଯ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ୍ ରାଜନୀତି କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି। ଶାସକ ଦଳ ବିଜେଡିର ଲୋକପ୍ରିୟତାକୁ ଦେଖି ନିରାଶ ହୋଇ ପଡିଥିବା ବିଜେପି ଏବେ ଅନ୍ଯ ରାଜ୍ଯ ଭଳି ଶାନ୍ତିପ୍ରିୟ ଓଡ଼ିଶାର ଲୋକଙ୍କୁ ଧର୍ମର ଅଫିମ ଖୁଆଇ ଗୁମରାହ କରିବାକୁ ଅପଚେଷ୍ଟା କରୁଛି।

Latest Posts

Don't Miss