spot_img

Latest Posts

ପୁରୁଣା ଥାନା ଭିତରେ କନଷ୍ଟେବଳଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ

ନବରଙ୍ଗପୁର: ପୁରଣା ଥାନା ଭିତରେ କନେଷ୍ଟବଳଙ୍କ ଆତ୍ମହତ୍ୟା । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଘଟିଛି ଘଟଣା। ଉମରକୋଟ ଥାନା ନିକଟରେ ଥିବା ପରିତ୍ୟକ୍ତ ଥାନା ଭିତରେ ଘଟିଛି ଘଟଣା। କନେଷ୍ଟବଳ ଜଣକ ହେଲେ ୩୫ ବର୍ଷୀୟ ଅକ୍ଷୟ କୁମାର ନାୟକ । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଅକ୍ଷୟଙ୍କ ଘର ନବରଙ୍ଗପୁର ଥାନା ପାଖନାଗୁଡାରେ। ତାଙ୍କ ବାପାଙ୍କ ନାଁ ସୁନୁ ନାୟକ। ସେ ୨୦୧୩ ମସିହାରେ ଚାକିରି ପାଇଥିଲେ ।

ଦୁଇବର୍ଷ ହେଲା ଅକ୍ଷୟ ଉମରକାଟ ଥାନା ଆଉଟପୋଷ୍ଟରେ କନେଷ୍ଟବଳ ଭାବେ କାମ କରିଆସୁଥିଲେ। ପରିତ୍ୟକ୍ତ ପୁରୁଣା ଥାନାରେ ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଅକ୍ଷୟଙ୍କ ସ୍ତ୍ରୀ ଓ ପରିବାରର ଅନ୍ୟ ସଦସ୍ୟମାନେ ମେଡିକାଲରେ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ମାମଲା ରୁଜ୍ଜୁ କାରା ଯାଇଛି । ଆତ୍ମହତ୍ୟା ନେଇ ଥାନାରେ ମାମଲା ରୁଜୁ ହୋଇଛି।

Latest Posts

Don't Miss