ସୁପ୍ରିମ କୋର୍ଟରେ ବୟାନ ଦାଖଲ କଲେ ପ୍ରଶାନ୍ତ ଭୂଷଣ, କହିଲେ ମାଗିବି ନାହିଁ କ୍ଷମା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ତାଙ୍କ ବୟାନ ଦାଖଲ କରିଛନ୍ତି । ସେ ତାଙ୍କର ବୟାନରେ କିଛି ପରିବର୍ତ୍ତନ କରିଛନ୍ତି । ପ୍ରଶାନ୍ତ ଭୂଷଣ ବିନା ସର୍ତ୍ତରେ କ୍ଷମା ମାଗିବାକୁ ମନା କରିଦେଇଛନ୍ତି । ଅବମାନନା ମାମଲାରେ ବିନା ସର୍ତ୍ତରେ କ୍ଷମା ମାଗିବାକୁ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣ ଆଜି ପର୍ଯ୍ୟନ୍ତ ସମୟ ଦେଇଥିଲେ ।

ତେବେ ଅବମାନନା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଥିଲେ । ଅଦାଲତ ପ୍ରଶାନ୍ତ ଭୂଷଣଙ୍କୁ ତାଙ୍କ ବିବୃତ୍ତି ଉପରେ ବିଚାର କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି ଯେ ଅଗଷ୍ଟ ୨୪ ସୁଦ୍ଧା ପ୍ରଶାନ୍ତ ଭୂଷଣ ଚାହିଁଲେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିପାରିବେ । ଯଦି ସେମାନେ ତାହା ନକରନ୍ତି ତେବେ କୋର୍ଟ ଅଗଷ୍ଟ ୨୫ରେ ଏହାର ଦଣ୍ଡ ଘୋଷଣା କରିବେ । ସୁପ୍ରିମକୋର୍ଟଙ୍କ ପ୍ରତି ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ କୋର୍ଟରେ ଚାଲିଥିଲା ବିଚାର । ଏହାର ଆଜି ପକ୍ଷ ରଖିଛନ୍ତି ବରିଷ୍ଠ ଆଇନଜିବୀ ପ୍ରଶାନ୍ତ ଭୂଷଣ ।

Leave a Reply