ମହିଳା IPS ଅଫିସରଙ୍କ ୫୦ ହଜାର ଟଙ୍କାର ହଜିଲା ପେନକୁ ଖୋଜୁଛି ପୋଲିସ

ହିମାଚଳପ୍ରଦେଶ : ଚୋର, ଡକାୟତକୁ ଗିରଫ କରିବା ପାଇଁ ପୋଲିସର ସର୍ଚ୍ଚ ଅପରେସନ କଥା ଆପଣମାନେ ଆଗରୁ ଶୁଣିଥିବେ । ମାତ୍ର ଗୋଟେ ‘ପେନ’ ଖୋଜିବା ପାଇଁ ପୋଲିସ ନିୟୋଜିତ ହୋଇଥିବା କଥା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କଥାଟା ହଜମ ନହେଉଥିଲେ ମଧ୍ୟ ଘଟଣାଟି ସତ । ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । କୁଲ୍ଲୁର ଢାଲପୁର ବଜାରକୁ କିଛି କିଣାକିଣି କରିବାକୁ ଯାଇଥିବା ବେଳେ ଜଣେ ଆଇପିଏସ୍ ଅଫିସରଙ୍କର ଗୋଟିଏ ପେନ୍ ହଜିଯାଇଥିଲା । ଏହି ଖବର ଶୁଣିବା ମାତ୍ରେ କୁଲ୍ଲୁ ପୋଲିସ କର୍ମଚାରୀ ସର୍ଚ୍ଚ ଅପରେସନରେ ଲାଗିପଡ଼ିଥିଲେ । ଏହା କୈାଣସି ସାଧାରଣ ପେନ ନଥିଲା କି ଏହାର ମୂଲ୍ୟ ଶହେ କିମ୍ବା ଦୁଇଶହ ନୁହଁ । ପେନଟିର  ମୂଲ୍ୟ ପୁରା ୫୦ହଜାର ଟଙ୍କା । ଏନେଇ କୁଲ୍ଲୁ ଜିଲ୍ଲାର ଏସପି ଗୁରୁଦେବ ଶର୍ମାଙ୍କୁ ପଚାରିବାରୁ ସେ କହିଥିଲେଯେ ପେନ ହଜିବା କଥା ସତ ମାତ୍ର, ଏହାକୁ ଏତେ ବଡ଼ ମାମଲା କରିବା ଠିକ୍ ନୁହଁ ।

ସୂଚନାନୁସାରେ ଏହି ମହିଳା ଆଇପିଏସ୍ ଜଣକ କୁଲ୍ଲୁରେ ଚାଲୁଥିବା ପୋଲିସ କର୍ମରାରୀ ନିୟୋଜିତ କାର୍ଯ୍ୟକ୍ରମ ନିମନ୍ତେ କିଛିଦିନ ରହିବାକୁ ଆସିଥିଲେ । କୁଲ୍ଲୁର ପୋଲିସ କର୍ମଚାରୀ ଏହି ପେନଟି ଖୋଜାଖୋଜି କରିଥିଲେ । ମାତ୍ର ଏହା ମିଳିନଥିବା କୁହାଯାଉଛି । ହଜିଯାଇଥିବା ପେନଟିର ମୂଲ୍ୟ ୫୦ ହଜାର ଟଙ୍କା ବୋଲି ଜଣାପଡ଼ିଛି । ପେନଟିକୁ ଖୋଜିବା ପାଇଁ ପୋଲିସ ଆଖପାଖରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରିବା ପରେ ମଧ୍ୟ ପୋଲିସକୁ କୈାଣସି ସୁରାଗ ମିଳିନଥିଲା । କହିରଖୁ କି ଏହା ପୂର୍ବରୁ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀଙ୍କ ମଇଁଷି ହଜିଯାଇଥିବା ବେଳେ ଜଣଙ୍କର କୁକୁର ହଜିଯାଇଥିଲା । ଯାହାକୁ ଖୋଜିବା ପାଇଁ ପୋଲିସ ନିୟୋଜିତ କରାଯାଇଥିଲା । ଏବେ ଆଇପିଏସଙ୍କର ପେନ ହଜିଯିବା କଥା ଜୋର ଚର୍ଚ୍ଚା ଧରିଛି ।

Leave a Reply