ଦୁର୍ଘଟଣା ପରେ ଟ୍ରାକରେ ପ୍ରଥମ ଥର ପାଇଁ ଅପ୍ ଲାଇନରେ ଗଡିଲା କରମଣ୍ଡଳ ଏକ୍ସପ୍ରେସ

ବାଲେଶ୍ୱର: ଦୁର୍ଘଟଣା ପରେ ଟ୍ରାକରେ ପ୍ରଥମ ଥର ପାଇଁ ଅପ୍ ଲାଇନରେ ଗଡିଲା କରମଣ୍ଡଳ ଏକ୍ସପ୍ରେସ । ବାଲେଶ୍ବର ରେଳ ଷ୍ଟେସନ ଅତିକ୍ରମ କରିଛି କରମଣ୍ଡଳ ଏକ୍ସପ୍ରେସ । ଭୟ ମିଶା ମନରେ ଟ୍ରେନରେ ବସିଛନ୍ତି ଯାତ୍ରୀ । ବାହାନଗା ଦୁର୍ଘଟଣାର ବିକଳ ଚିତ୍ର ମନରୁ ଲିଭିନି । ବାହାନଗା ବଜାର ଷ୍ଟେସନ ନିକଟରେ ଗତ ଜୁନ୍ ୨ରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା । ସମାନ ଟ୍ରାକରେ ଗଡ଼ିଛି କରମଣ୍ଡଳ ଏକ୍ସପ୍ରେସ୍ । ଟ୍ରାକରେ ଟ୍ରେନ୍ ଚାଲିଥିବା ବେଳେ କାମ ମଧ୍ୟ ଜୋରସୋରରେ ଜାରି ରହିଛି । ଉଭୟ ଅପ୍ ଓ ଡାଉନରେ ଅନେକ ଟ୍ରେନ୍ ବାହାନଗା ଦେଇ ଯାଇଛି । ସେହିପରି ଟ୍ରାକରେ କାମ ଚାଲିଥିବାରୁ ସ୍ପିଡ୍ ଲିମିଟ୍ କମ୍ ରଖାଯାଇଛି ।