ଆନନ୍ଦପୁର: ସୋସିଆଲ ମିଡ଼ିଆରେ କରୋନା ଭାଇରସ ସମ୍ପର୍କିତ ମିଥ୍ୟା ପୋଷ୍ଟକୁ ନେଇ ଜୈନେକ ନାବାଳକକୁ ଗିରଫ କରିଛି ଆନନ୍ଦପୁର ପୋଲିସ। ନାବାଳକଙ୍କ ଫେସବୁକ ପୋଷ୍ଟ କେନ୍ଦୁଝର ଏସ୍ପିଙ୍କ ଦୃଷ୍ଟି ଗୋଚର ହେବାରୁ ତାଙ୍କ ଆଦେଶ କ୍ରମେ ନାବାଳକ କୁ ଗିରଫ କରାଯାଇଛି। ତେବେ କରୋନା ସମ୍ପର୍କିତ କୌଣସି ମିଥ୍ୟା ଖବର ପ୍ରଚାର ନକରିବାକୁ ବାରମ୍ବାର ଅନୁରୋଧ ପରେ ବି ଏସବୁଥିରୁ ବାଦ ଯାଉନାହାଁନ୍ତି ଯୁବ ଗୋଷ୍ଠୀ ତେଣୁ ଏଭଳି ଦଣ୍ଡ ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

