୧୦ ଜିଲ୍ଲାକୁ ବ୍ୟାପିଛି କରୋନା ‌: ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ

ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାକୁ ବ୍ୟାପିଛି କରୋନା । ଖୋର୍ଦ୍ଧା ଜିଲ୍ଳାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା’ ପଛକୁ ରହିଛି ଯାଜପୁର । ଖୋର୍ଦ୍ଧାରେ ମୋଟ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଯାବତ୍ ୨୨ ଜଣ ସୁସ୍ଥ ହୋଇଛନ୍ତି ଓ ୨୩ ଜଣ ଚିକିତ୍ସାଧୀନ ରହିଛନ୍ତି । ତେବେ ୭୩ ବର୍ଷୀୟ ଜଣେ ଆକ୍ରାନ୍ତଙ୍କ ପୂର୍ବରୁ ମୃତ୍ୟୁ ହୋଇଛି । ସେହିପରି ଯାଜପୁରରେ ମୋଟ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ୧୧ ଜଣ ଚିକିତ୍ସାଧୀନ ରହିଛନ୍ତି । ଭଦ୍ରକରେ ୧୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି ଓ ୦୯ ଜଣ ଚିକିତ୍ସାଧୀନ ରହିଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ଅନୁଯାୟୀ ତା’ ପଛକୁ ରହିଛି ବାଲେଶ୍ୱର  । ଏଠାରେ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତେବେ ଏଯାବତ୍‌ କେହ ବି ସୁସ୍ଥ ହୋଇନାହାନ୍ତି, ସମସ୍ତେ ଚିକିତ୍ସାଧୀନ ରହିଛନ୍ତି । ସେହିଭଳି ସୁନ୍ଦରଗଡ଼ରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ଚିକିତ୍ସାଧୀନ ।

ତେବେ କଳାହାଣ୍ଡିରେ ୨ ଜଣ ଓ ଢ଼େଙ୍କାନାଳ, କଟକ ଓ ପୁରୀରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ଅର୍ଥାତ ଏ ଜିଲ୍ଲାଗୁଡ଼ିକ ଏକ ପ୍ରକାର କରୋନା ମୁକ୍ତ ହୋଇଛି ତେବେ  ଆଗାମୀ ଦିନରେ ଆଉ କେହଁ ଆକ୍ରାନ୍ତ ଚିହ୍ନଟ ହେବେ ଏଭଳି ଆଶଙ୍କାକୁ ବି ଏଡ଼ାଇ ଦିଆଯାଇପାରିବନାହିଁ । 

ରାଜ୍ୟରେ ଏଯାବତ୍‌ ମୋଟ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୫ ଜଣ ଚିକିତ୍ସାଧୀନ ରହିଛନ୍ତି ଅର୍ଥାତ ଆକ୍ଟିଭ କେସ୍‌ ରହିଛି ।

ଅପରପକ୍ଷରେ ଏହି ଲକ୍‌ଡାଉନ୍‌ ସମୟରେ ସମସ୍ତେ ଘରେ ରହୁଛନ୍ତି । ତେବେ ଏଭଳି ସମୟରେ ଘରେ ଥିବା ଛୋଟ ପିଲାମାନେ ପରସ୍ପର ମଧ୍ୟରେ ଝଗଡ଼ା ମଧ୍ୟ କରିଥାନ୍ତି । ତେବେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଝଗଡ଼ା ନକରିବାକୁ ଅପିଲ୍ କରିବା ସହ ନିଜ ପାଖେ ଥିବା ବହିବା ପଢ଼ିବାକୁ ପରାମର୍ଶ ଦେଇଥିବା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

     

Leave a Reply